oom

ଦିବଂଗତ ଅଜାମ୍ବର ମଲ୍ଲ ଥିଲେ ଜଣେ ପ୍ରଚଣ୍ଡ ପ୍ରତିଭା ଓ ନମସ୍ୟ ପୁରୁଷ, ଏ ମାଟି ତାଙ୍କୁ ସବୁବେଳେ ମନେ ପକାଇବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଗ୍ମୀ, ଗୁଣି ଅଧ୍ୟାପକ ଡଃ. ଅଜାମ୍ବର ମଲ୍ଲ ମହୋଦୟଙ୍କ ଗତ ୭ ତାରିଖ ଭୋର୍ ୫ ପାଖାପାଖି କୋରନାରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର କିମ୍‌ସ୍‌ କୋଭିଡ଼୍‌ କେୟାର୍‌ ସେଂଟର୍‌ ଠାରେ ପରଲୋକ ଘଟିଛି । ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ବାଗ୍ମୀ, ଲେଖକଙ୍କ ଆତ୍ମାର ସଦ୍‌ଗତି କାମନା କରି ଓଡ଼ିଆ ପ୍ରୋଫେସର ଗ୍ରୁପ୍ ତରଫରୁ ନଭ ସଂଚାର ମାଧ୍ୟମରେ ଆଜି ଏକ ଶୋକ ସଭା ଅୟୋଜିତ ହେଇଥିଲା । ପ୍ରଥମେ ୧ ମିନିଟ୍ ନୀରବ ପ୍ରାର୍ଥନା କରି ଦିବଙ୍ଗତ ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଡ. ସନ୍ତୋଷ କୁମାର ରଥ, ଡ. ଦୋଳଗୋବିନ୍ଦ ବିଶି, ଡ. ସୁଜିତ୍ କୁମାର ପୃଷେଠ୍, ଡ. ଗୋପୀନାଥ ବାଗ, ଡ଼ ପୁରୁଷୋତ୍ତମ ମିଶ୍ର, ଡ. ଶିବପ୍ରିୟା ମିଶ୍ର, ଅଶ୍ବିନୀ କୁମାର ମହାନ୍ତି, ଡ. ଲକ୍ଷ୍ମଣ ମେହେର, କୌତୁକ ପନ୍ଦର, ଦିଲୀପ ପଶାୟତ, ଅଶୋକ ପଣ୍ଡା, ଡ. ସୁଶାନ୍ତ ମହାନନ୍ଦ ପ୍ରମୁଖ, ନିଜ ନିଜ ବକ୍ତବ୍ୟରେ, ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତି ସବୁ ରଖିଥିଲେ । ତାଙ୍କ ଲିଖିତ ଓ ବକ୍ତବ୍ୟ ସବୁ ଆମ ଜୀବନର ଧେୟ ହେଉ ବୋଲି ମତାମତ ଦେବା ସହ ଏକ ସ୍ମରଣିକା ପ୍ରସ୍ତୁତ ପାଇଁ ଆଗ୍ରହ ରହୁ ବୋଲି ଆଶା ବ୍ୟକ୍ତ କରିଥିଲେ । ଏ ସଭାରେ ବିଭିନ୍ନ ଜିଲାରୁ ଅନେକ ମଲ୍ଲପ୍ରେମୀ ଭାଗ ନେଇ ଆମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

ଅଧ୍ୟାପକ ଡ. ସଞ୍ଜୟ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏ ଶୋକ ସଭାରେ ଶେଷରେ ସଦସ୍ୟ କୌତୁକ ପନ୍ଦର ଧନ୍ୟବାଦ୍ ଦେଇଥିଲେ । ଡ. ଅଜାମ୍ବର ମଲ୍ଲ ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ଓ ଏ ମାଟିର ନମସ୍ୟ ପୁରୁଷ ବୋଲି ସଭିଏଁ ମତ ଦେଇଥିଲେ ।

jittmm
Leave A Reply

Your email address will not be published.