ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ଆଣ୍ଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଛି । ଏମିତିକି ମନ୍ଦିର ଭିତରକୁ ମଧ୍ୟ ପାଣି ପଶିଯାଇଛି । ଗତରାତି ୭ଟା ସମୟରୁ ଦୀର୍ଘ ଅଢେଇ ଘଣ୍ଟା ଧରି ବଲାଙ୍ଗିର ସହରରେ ଭାରି ମାତ୍ରାରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ନାଳ ନର୍ଦ୍ଦମା ପୁରି ରାସ୍ତାରେ ପାଣି ବହୁଛି । ସମାନ ଭାବରେ ବିଭିନ୍ନ ଗଳି ଓ ଦେବାଳୟରେ ପାଣି ପଶିଥିବା ଦେଖିବାକୁ ମିଳିଛି । ବଲାଙ୍ଗିରର ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଆଣ୍ଠୁଏ ପାଣି ରହିଛି । ମନ୍ଦିର ସମ୍ମୁଖରେ ପାଣି ଜମିଥିବା ବେଳେ ଭିତରରେ ମଧ୍ୟ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.