om academy

ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ ଓଡ଼ିଆ ପ୍ରତିନିଧି ମଣ୍ଡଳ

jsm

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ ଗତକାଲି ଚକ୍ରଧରପୁରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ମୁଖ୍ୟ ସଚେତକ ମଥୁରା ପ୍ରସାଦ ମାହାନ୍ତ ସହିତ ସାକ୍ଷାତ କରି ଏକ ଦାବୀପତ୍ର ଉପସ୍ଥାପନ କରିଛନ୍ତି । ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଉକ୍ତ ଦାବୀପତ୍ରରେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ପଶ୍ଚିମ ସିଂହଭୂମି ଓ ଷଢେ଼ଇକଳା-ଖରସୁଆଁ ଜିଲ୍ଲାମାନଙ୍କରେ ଓଡ଼ିଆ ଭାଷାରେ ପଠନପାଠନ ବ୍ୟବସ୍ଥା, ଓଡ଼ିଆ ସିଲାବସ ଅନୁସାରେ ପୁସ୍ତକ ଯୋଗାଣ, ଓଡ଼ିଆ ଶିକ୍ଷକ ପ୍ରତି ନିଯୁକ୍ତି ସହିତ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ପ୍ରଶିକ୍ଷଣ ଓ ଚାକିରି କ୍ଷେତ୍ରରେ ଅନ୍ୟ ଆଞ୍ଚଳିକ ଭାଷା ସହିତ ଓଡ଼ିଆକୁ ପୁନର୍ବାର ସାମିଲ କରିବା ପାଇଁ ଦାବୀ ଉପସ୍ଥାପନ କରିଛନ୍ତି । କିନ୍ତୁ ମଥୁରା ପ୍ରସାଦ ମାହାନ୍ତଙ୍କ ଅନୁସାରେ ଓଡ଼ିଆମାନେ କାଳେ ଓଡ଼ିଶାର ନିବାସୀ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ପ୍ରବାସୀ ତେଣୁ ଓଡ଼ିଆ ଝାଡ଼ଖଣ୍ଡ ରାଜ୍ୟର ଆଞ୍ଚଳିକ ଭାଷା ନୁହେଁ ବୋଲି ବୁଲେଇ ବଙ୍କେଇ କହିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଡ. ନାଗେଶ୍ଵର ପ୍ରଧାନ, ସରୋଜ ପ୍ରଧାନ, ଚିରଞ୍ଜିବୀ ପ୍ରଧାନ, ଦିଲିପ ପ୍ରଧାନ ସହିତ ଝାଡ଼ଖଣ୍ଡ ରାଜ୍ୟ ଶିକ୍ଷା ବିଭାଗର ବିନୟ ପଟ୍ଟନାୟକ ଉକ୍ତ ଦାବୀପତ୍ର ଉପସ୍ଥାପନ କରିଛନ୍ତି । ଏହା ପରେ ଉକ୍ତ ପ୍ରତିନିଧି ଦଳ ଏକ ପ୍ରକାର ନିରାଶ ହୋଇ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଶରଣାପନ୍ନ ହେବେ ବୋଲି ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.