ଓ.ଏ.ଏସ. ପରୀକ୍ଷାରେ ୪୪୪ ନମ୍ୱର ରେଙ୍କ୍‌ ରଖି ମାନସ ବେହେରା କୃତକାର୍ଯ୍ୟ ହୋଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଳକର ସାନରାମଚନ୍ଦ୍ରପୁର ପଞ୍ଚାୟତର ଗୌରଙ୍ଗପାଟଣା ଗ୍ରାମର ମଦୁସୂଦନ ବେହେରା ଓ ମାଁ ସ୍ୱର୍ଗତ ନକ୍ଷତ୍ର ବେହେରାଙ୍କ ପୁଅ ମାନସ ବେହେରା ଗଞ୍ଜାମ ବ୍ଳକପାଇଁ ଗୌରବ ଆଣିଛନ୍ତି । ଓ.ଏ.ଏସ. ପାଇଥିବା ମାନସ ବେହେରା ଓଡିଶା ପ୍ରଶାସନିକ ସେବା (ଓ.ଏ.ଏସ.) ପରୀକ୍ଷାରେ ୪୪୪ ନମ୍ୱର ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ବିଶିଷ୍ଟ ସମାଜସେବୀ ତଥା ଅଧ୍ୟାପିକା ଡ଼ଃ. ରଞ୍ଜିତା ବେହେରାଙ୍କ ଭାଇ ଅଟନ୍ତି । ଏହି ଗୌରବ ଆଣିଥିବା ନେଇ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.