jayashree

ଦରଦୀ ପ୍ରାଣବନ୍ଧୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପୁଣି ମାନବିକତା ଦେଖାଇଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦରଦୀ ପ୍ରାଣବନ୍ଧୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପୁଣି ଆଉ ଏକ ମାନବିକତା ଦେଖାଇଲେ । ସବୁ ଦିନ ଭଳି ଆଜି ପୁଣି ମାନବିକତା ଦେଖାଇଲେ ଯେ’ କି ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀରେ ପ୍ରତିଦ୍ୱନ୍ଦିତା କରିବାକୁ ବାହାରିଥିବା ତଥା ବର୍ତ୍ତମାନର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଜଣେ ଦରଦୀ ପ୍ରାଣ ବ୍ୟକ୍ତି ଭାବେ ପରିଚିତ ହୋଇଆସିଛନ୍ତି । ଯାହାକି ନୂଆଁ ଖଜୁରିଆ ଗ୍ରାମର ୩୨ ବର୍ଷୀୟ ଯୁବକ ନିବାସ ମହାରଣା ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ଦୁଃଖଦ ଖବର ପାଇ ସ୍ଥାନୀୟ ବିଜେଡି ନେତୃବୃନ୍ଦ ତଥା ଜନପ୍ରତିନିଧିମାନଙ୍କୁ ସାଙ୍ଗରେ ନେଇ ସମସ୍ତ ମୃତକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଥି ସହିତ ଆଗାମୀ ଦିନରେ ସର୍ବ କ୍ଷେତ୍ରରେ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସାଂଗକୁ ଏପରି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ କାମନା କରିଛନ୍ତି । ସେହି ପରିବାରଙ୍କୁ ଧୈର୍ଯ୍ୟ, ଶକ୍ତି ଓ ସାହାସ ଦିଅନ୍ତୁ ଏବଂ ଦିବଂଗତ ଆତ୍ମାଙ୍କୁ ସଦଗତି ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.