oom

ମମିତା ମେହେର ହତ୍ୟାକାଣ୍ଡ : ଚୁଡାପାଲିଠାରେ ଶୋକସଭା ଓ ପ୍ରତିବାଦ ସଭାରେ ଯୋଗଦେଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ହତ୍ୟାକାଣ୍ଡ ଏକ ବିରଳ ଅପରାଧିôକ ଘଟଣା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ କେବେ ହେଁ ଜଣେ ବ୍ୟକ୍ତି ଘଟାଇ ପାରିବ ନାହିଁ । ସ୍ୱର୍ଗତ ମମିତା ମେହେରଙ୍କ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବାକୁ ସମାଜର ସମସ୍ତ ବର୍ଗର ଲୋକେ ଦାବୀ କରୁଛନ୍ତି ତେଣୁ ଏ ଘଟଣାରେ ପିଡିତ ପରିବାର ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଚୁଡାପାଲିର ମେହେରପଡାଠାରେ ଆୟୋଜିତ ସ୍ୱର୍ଗତ ମମିତା ମେହେରଙ୍କ ଆତ୍ମା ସଦ୍‌ଗତି ନିମନ୍ତେ ଅନୁଷ୍ଠିତ ଶୋକ ସଭା ଏବଂ ପରେ ପରେ ପ୍ରତିବାଦ ସଭାରେ ଯୋଗଦେଇ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହିପାଜତରୁ ଫେରାର ମାରିବାରେ ପୋଲିସ ହିଁ ସହାୟତା କରିଥିବାର ସନ୍ଦେହ ସୃଷ୍ଟି ହେଉଛି । ଅନୁସନ୍ଧାନ ମଧ୍ୟ ଯେଉଁ ରାସ୍ତାରେ ଯାଉଛି ଜଣାପଡୁଛି ପୋଲିସ ହିଁ ନିଜେ ହତ୍ୟାକାଣ୍ଡ ପ୍ରମାଣ ନଷ୍ଟ କରୁଛି । ଯେହେତୁ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆସୁଛି ତେଣୁ ନୈତିକତା ଦୃଷ୍ଟିରୁ ନିରପେକ୍ଷ ତଦନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ । କିନ୍ତୁ ସେପରି କିଛି ହେଉନାହିଁ । ଦିନକୁ ଦିନ ଏହି ଘଟଣାରେ ନୂଆ ତଥ୍ୟ ଆସିବାରେ ଲାଗିଛି । ତେଣୁ ସାରା ରାଜ୍ୟରେ ବିଭିନ୍ନ ସାମାଜିକ ସଂଗଠନ, ଜାତି ସମାଜ, ରାଜନୈତିକ ଦଳ ମମିତା ହତ୍ୟାକାଣ୍ଡରେ ଦୋଷିକୁ ଦଣ୍ଡ ଦେବା ଦାବୀରେ ଆନ୍ଦୋଳନ ମୁହାଁ ହେଲେଣି ବୋଲି ଶ୍ରୀ ମିଶ୍ର ପ୍ରତିବାଦ ସଭାରେ ବିଷୋଦଗାର କରିଛନ୍ତି । ସଭା ଆରମ୍ଭରୁ କଂଗ୍ରେସ ଦଳ ତରଫରୁ ମମିତା ମେହେରଙ୍କ ହତ୍ୟାକାରୀକୁ ଫାଶୀଦଣ୍ଡ ଦିଆଯାଉ ଦାବୀରେ ଏକ ପ୍ରତିବାଦ ର‍୍ୟାଲି ଅନୁଷ୍ଠିତ ହେବା ସହ ମେହେରପଡାଠାରେ ମମିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ କୁମୁରା, ଲୋକନାଥ କୁମୁରା, ସରପଞ୍ଚ ଘାସିରାମ ବେହେରା, ସରୋଜ ରଥ, ବିଜୟ ମେହେର, ଲମ୍ବୋଦର ପଟେଲଙ୍କ ସମେତ ଚୁଡାପାଲି ମେହେରପଡାର ମହିଳା ପୁରୁଷମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.