ମମିତା ମେହେର ହତ୍ୟା ଘଟଣାର ରିପୋର୍ଟରେ ମମିତାଙ୍କୁ ହତ୍ୟା କରାଯାଇଥିବାର କାରଣ ଥିଲା ବ୍ଲାକମେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଲ ସୃଷ୍ଟି କରିଥିବା ବେଳେ ରାଜ୍ୟ ରାଜନୀତିକୁ ଦୋହଳାଇ ଦେଇଥିଲା । ତେବେ ଏହି ଘଟଣାର ଚାର୍ଜସିଟ୍‌ରେ ବିସ୍ତୃତ ରିପୋର୍ଟ ରହିଥିବା ଜଣାପଡିଛି । ରିପୋର୍ଟରେ ମମିତାଙ୍କୁ ହତ୍ୟା କରାଯାଇଥିବାର କାରଣ ଥିଲା ବ୍ଲାକମେଲ । ସନସାଇନ ପବ୍ଲିକ ସ୍କୁଲର ଗୋବିନ୍ଦ ସାହୁ ଜଣେ ରସିକିଆ ଥିଲା । ତାର ଶିକ୍ଷାନୁଷ୍ଠାନରେ ଅନକେ ଛାତ୍ରୀ ଏବଂ କର୍ମଚାରୀଙ୍କ ସହ ସମ୍ପର୍କ ରଖିଥିଲା, ଯାହାର ଫଟୋ, ଭିଡିଓ ଏବଂ ଅଡିଓ କ୍ଲିପକୁ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ରଖିଥିଲେ ଏବଂ ଗୋବିନ୍ଦକୁ ତୋର ଅସଲ ମୁଖା ଖୋଲିଦେବି କହି ଚେତାବନୀ ଦେଇଥିଲେ । ତେବେ ଏଇସବୁ ବ୍ଲାକମେଲର ଶିକାର ହୋଇ ଗୋବିନ୍ଦ ସାହୁ ନିଜ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ସହ ମିଶି ପୂର୍ବ ଯୋଜନା ମୁତାବକ ମମିତାଙ୍କ ତଣ୍ଟି ଚିପି ପ୍ରଥମେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମମିତାର ମୃତ ଦେହକୁ ପୋଡି ଦେଇଥିଲେ ବୋଲି ମମିତା ହତ୍ୟା ମାମଲାର ଚାର୍ଜସିଟରେ ଉଲ୍ଲେଖ ରହିଛି । ପୋଲିସ ଏହି ମାମଲାରେ ଶହେରୁ ଅଧିକ ସାକ୍ଷୀ ଏବଂ ପ୍ରମାଣକୁ ନେଇ କୋର୍ଟରେ ଦାଖଲ କରିଥିବା ବେଳେ ମାମଲାର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ବଟକୃଷ୍ଣ ମିଶ୍ର ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଫରେନ୍ସିକ, ଟେକ୍ନିକାଲ ଏବଂ ସାଇଣ୍ଟିଫିକାଲ ଦିଗରେ ପ୍ରମାଣକୁ ସ୍ଥାପନ କରାଯାଇଛି । ତେବେ ଏଥିରେ ଗୋବିନ୍ଦ ଏବଂ ମମିତାଙ୍କୁ ଜାଣିଥିବା ବ୍ୟକ୍ତି, ସହଯୋଗୀ, ଅଧସ୍ତନ କର୍ମଚାରୀ, କେତେଜଣ ଛାତ୍ରୀ, ପରିବାର ବର୍ଗ, କେଗାଁ ଥାନା ଅଧିକାରୀ, ଚାନ୍ଦୋତରା ଏବଂ ଭବାନୀପାଟଣାର କେତେକେ ଦୋକାନୀ, ବଙ୍ଗାଳୀ ଶ୍ରମିକ, ଶିକ୍ଷକ ଭଳି ଅନେକ ସାକ୍ଷୀ ରହିଛନ୍ତି । ଅନ୍ୟପଟେ ମମିତାଙ୍କୁ ଉଚିତ୍‌ ନ୍ୟାୟ ମିଳିପାରିବ ତ ବୋଲି ସାରା ଓଡିଶାର ଜନତା ସରକାରଙ୍କୁ ଜବାବ୍‌ ମାଗୁଥିବା ବେଳେ ମମିତାଙ୍କ ପରିବାର ଲୋକେ ମଧ୍ୟ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।

Leave A Reply

Your email address will not be published.