ବଡ଼ସାଇମରାରୁ ବିବାହିତା ମହିଳା ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ହିମାଦ୍ରୀ ଦେଓ(୩୦)ନାମକ ଜଣେ ବିବାହିତା ମହିଳା ବୁଧବାର ପୂର୍ବାହ୍ନରେ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସ୍ଵାମୀ ରଞ୍ଜିତ ଦେଓ(୪୩)ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରଞ୍ଜିତଙ୍କ ଲିଖିତ ଅଭିଯୋଗ ମୁତାବକ ତାଙ୍କ ସ୍ତ୍ରୀ ହିମାଦ୍ରୀ ଘରୁ ନିଖୋଜ ହୋଇଯାଇଥିବା ଜାଣିବା ପରେ ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ସେ ଘରୁ ଗଲାବେଳେ ୧୦ଭରି ଓଜନର ବିଭିନ୍ନ ସୁନା ସାମଗ୍ରୀ, ନଗଦ ୭୦ହଜାର ଟଙ୍କା, ଏକ ମୋବାଇଲ୍ ଫୋନ୍, ଜରୁରୀ କାଗଜପତ୍ରର ଜେରକ୍ସ କପି ଆଦି ଧରି ଚାଲିଯାଇଥିବା ସେ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ସ୍ଵାମୀ ରଞ୍ଜିତଙ୍କ ଏତଲା ଆଧାରରେ ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ମୁରିବାହାଲ ପୁଲିସ ସୂତ୍ରରୁ ଜଣାପଡିଛି ।

jittmm
Leave A Reply

Your email address will not be published.