
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ପାଳିକା ଘୋଷିତ ହେବା ପରେ ଛତ୍ରପୁର ସହରବାସୀଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଏଣେ ଚଳିତ ବର୍ଷର ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଅଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସର ମୁଖ୍ୟକାର୍ଯ୍ୟକ୍ରମ ସାନ୍ଧ୍ୟ କାର୍ଯ୍ୟକ୍ରମ ଭାବେ ଆନୁଷ୍ଠାନିକ ଭାବେ ସମାହିତ ହୋଇଥିଲା । ଚଳିତ ବର୍ଷର ଆୟୋଜନ ଏକ ନିଆରା ପରମ୍ପରା ଏବଂ ଖୁସିର ମାହାଲ୍ ଥିଲା । ଏଥିରେ ପୁରସ୍କାର ସୌଜନ୍ୟତା ଏବଂ ସମ୍ବର୍ଦ୍ଧନା ସମାରୋହକୁ ରାମଚଣ୍ଡୀ ଟ୍ରଷ୍ଟ, ପୂଜା କମିଟୀର ମୁଖ୍ୟ ପୁରୋଧା କମଲ କୁମାର ପଣ୍ଡା ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଞ୍ଚଳିକ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ସଙ୍ଗୀତ ପରିବେଷଣ, ନାଟକ ମଞ୍ଚସ୍ଥ ଆଦି ଦର୍ଶକଙ୍କୁ ଆକର୍ଷିତ କରିଥିଲା । ୨୦୨୪-୨୦୨୫ ମସିହାରେ ଛତ୍ରପୁର ପୌର ସଂସ୍ଥାର ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ମା’ ରାମଚଣ୍ଡୀ ଟ୍ରଷ୍ଟ, ପୂଜା କମିଟି ଓ ଭୁବନେଶ୍ୱର ସେବା ପ୍ରତିନିଧିର ମିଳିତ ଉଦ୍ୟମରେ ବିଭିନ୍ନ ସାମାଜିକ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ମହତ୍ତ୍ୱ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟଅତିଥି ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମା’ ରାମଚଣ୍ଡୀ ପୂଜା କମିଟୀ, ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତା ଗଣଙ୍କ ସମାଜ ସେବା ମନୋଭାବ, ସକ୍ରୀୟ ସହଯୋଗ, ତ୍ୟାଗ ଓ ଆଦର୍ଶତାକୁ ସମ୍ମାନ ଜଣାଇ ଭୂୟସୀ ପ୍ରଶଂସା କରିଥିଲେ । ସର୍ବୋପରି କମିଟୀ ସଂଯୋଜକ କମଲ କୁମାର ପଣ୍ଡାଙ୍କ ସମେତ ସଭିଙ୍କୁ ସାଧୁବାଦ ଜଣାଇବା ପୂର୍ବକ ମାନ୍ୟବର ମନ୍ତ୍ରୀ ଉପଢୌକନ ସହ ମାନପତ୍ର ଦେଇ ସମସ୍ତ ସକ୍ରୀୟ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ରାମଚଣ୍ଡୀ ମହୋତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମାନ୍ୟବର ମନ୍ତ୍ରୀ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କୁହାଯାଇଛି । ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାର୍ଯ୍ୟନିର୍ବାହୀ ଅଧିକରୀ ପ୍ରସନ୍ନ କୁମାର ଦାସଙ୍କୁ ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଅଶେଷ ସାଧୁବାଦ ଜ୍ଞାପନ କରାଯାଇଛି ।