oom

ବଲାଙ୍ଗିର ଜିଲ୍ଲାରେ ଡ଼େଙ୍ଗୁ ଓ ମେଲେରିଆର ପ୍ରାଦୁର୍ଭାବ ନ ବଢ଼ିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକରଣ ସଭା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ବଲାଙ୍ଗିର ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭାଗୃହ ମଧ୍ୟରେ ଓଡିଶା ରାଜ୍ୟରେ ଡେଙ୍ଗୁ ରୋଗର ପ୍ରବଣତାକୁ ଆଖି ଆଗରେ ରଖି ବିଭିନ୍ନ ସରକାରୀ ବିଭାଗ ଓ ଏନ.ଜି.ଓ, ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ପୌରପରିଷଦ, ଶିକ୍ଷା ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ ଆଦିକୁ ନେଇ ଏକ ସଂଯୋଗୀକରଣ ତଥା ସ୍ଥିତି ମୁକାବିଲା ପାଇଁ ଜରୁରୀକାଳୀନ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ସଂଯୋଗୀକରଣ ସଭା ମଧ୍ୟରେ ଡା. କୁବେର ଚନ୍ଦ୍ର ମହନ୍ତ (ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ) ଡେଙ୍ଗୁ ସମ୍ବନ୍ଧୀୟ ଏକ ବିସ୍ତାର ଉପସ୍ଥାପନ ପ୍ରଦାନ କରିଥିଲେ ଏହା ମଧ୍ୟରେ କେତେକ ସ୍ୱତନ୍ତ୍ର ଏହି ରୋଗର ଲକ୍ଷଣ : ଜ୍ୱର ଓ ଗଣ୍ଠି ଯନ୍ତ୍ରଣା ଓ ଦେହ ପୀଡା ଅନୁଭବ ହୁଏ । ଏହା ଭୁତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୨ ଦିନ ପରେ ଏହି ଲକ୍ଷଣମାନ ଦେଖାଯାଏ । ଅଧିକାଂଶ ରୋଗୀ ଏକ ସପ୍ତାହ ଭିତରେ ସରକାରୀ ଚିକିତ୍ସା ବଶତଃ ଭଲ ଅନୁଭବ କରନ୍ତି କିନ୍ତୁ ବେସରକାରୀ ଚିକିତ୍ସା ଏହାକୁ ବିପଦପୂର୍ଣ୍ଣ କରାଇଥାଏ ବୋଲି ଜଣାଇଥିଲେ । ଏହା ଛଡା ଏହି ରୋଗ ଏଡିସ୍‌ ମଶା ଦ୍ୱାରା ବ୍ୟାପୁଥିବାରୁ ଏହାପାଇଁ ଲୋକ ସଚେତନତାକୁ ବୃଦ୍ଧି କରାଯିବା ଆବଶ୍ୟକ, ଯେପରି ସହର ମଧ୍ୟରେ କୌଣସି ସ୍ଥାନରେ ଯଥା ପାଣି କୁଲର, ଫୁଲ ଗମଲା, ଖୋଲା ସ୍ଥିର ପାଣି ଜମାହୋଇ ନ ରହିବା ପାଇଁ ବ୍ୟାପକ ଜନ ସଚେତନତା ଆବଶ୍ୟକ ହୋଇଥାଏ । ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ଏହି ରୋଗ ସଙ୍କଟରେ ଅଧିକ ରହନ୍ତି । ଏହି ବର୍ଷା ଋତୁରେ ଦୁଇ ପ୍ରଜାତିର ମଶାଙ୍କ ଦ୍ୱାରା ଏହି ରୋଗ ମାନବରୁ ମାନବକୁ ବ୍ୟାପିଥାଏ, ସେହି ମଶାଙ୍କର ନାମ ଏଡିସ୍‌ ଆଲବୋପିକ୍ଟସ ଓ ଏଡିସ ଇଜିପ୍ଟି । ଏହି ମଶା ମୁଖ୍ୟତଃ ଦିନରେ କାମୁଡ଼ନ୍ତି । ତା’ବାହାରେ ମେଲେରିଆର ପ୍ରବଣତା ମଧ୍ୟ ଏ ସମୟରେ ଦେଖାଦେଇଥାଏ । ରକ୍ତ ପରୀକ୍ଷାରେ ଭୁତାଣୁର ଆର୍‌ଏନ୍‌ଏ ବା ଆଣ୍ଟବଡି ମିଳିଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଏଡିସ୍‌ ମଶା କାମୁଡି ଥିବା (ଡେଙ୍ଗୁ)ରୋଗୀ ଥରେ ସଂକ୍ରମିତ ହେଲେ ତାର ପ୍ଲାଟୀଲେଟ ଅଳ୍ପ ହୋଇଯିବାର ଲକ୍ଷଣ ଦେଖାଯାଏ ତେଣୁ ଏହାପାଇଁ ଘରୋଇ ଚିକିତ୍ସା ନକରି ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ଆବଶ୍ୟକ । ବଲାଙ୍ଗିର ଜିଲ୍ଲାରେ ବର୍ତମାନ ସର୍ବମୋଟ ଏଗାର ଜଣ ରୋଗୀ ବିଭିନ୍ନ ସ୍ଥାନରୁ ସ୍ଥାନାନ୍ତରଣ ହୋଇ ଆସି ଏ ସହର ମଧ୍ୟରେ ଚିକିତ୍ସା ହେଉଛନ୍ତି କିଂତୁ ଏ ମାନେ ସ୍ଥାନୀୟ ବାସିନ୍ଦା ନୁହନ୍ତି, ଏମାନଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ବିଭାଗ ପ୍ରଯତ୍ନ କରିଛି ।

ଡେଙ୍ଗୁ ରୋଗର ନିୟନ୍ତ୍ରଣ ନିମନ୍ତେ ସମ୍ପୂର୍ଣ୍ଣ ମଶା ନିୟନ୍ତ୍ରଣ ସ‌ହିତ ମଶା କାମୁଡ଼ା ଏଡ଼େଇବା ଆବଶ୍ୟକ । ଗୋଟିଏ ସ୍ଥାନରେ ସ୍ଥିର ଜଳ ନ ରଖିବା ଓ ମଶା ବିକର୍ଷକ ଔଷଧ ବ୍ୟବ‌ହାର କରିବା ସ‌ହିତ ମଶାରୀ ବ୍ୟବ‌ହାର କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ଗୁରୁ ସଭିଁଙ୍କୁ ପରାମର୍ଶ ଦେଇଥିବା ବେଳେ ବଲାଙ୍ଗିର ପୌର ପରିଷଦ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପୌର ପରିଷଦଙ୍କ ମିଳିତ ଉଦ୍ୟମ କ୍ରମେ ସହରକୁ ମୁକ୍ତ ପରିବେଶ ଓ ମଶାମୁକ୍ତ କରାଯାଇ ପାରିବ ବୋଲି ଜଣାଇଥିଲେ । ଡେଙ୍ଗୁର ପ୍ରାଦୁର୍ଭାବ ଥରଟିଏ ଆସିଗଲେ ଏହାକୁ ନିୟନ୍ତ୍ରଣ କରାଯିବା ବହୁତ କଠିନ ହୋଇପଡିଥାଏ ଏହା କେବଳ ଜନ ସଚେତନତା ଦ୍ୱାରା ଓ ଜିଲ୍ଲାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଏଦିଗରେ କାର୍ଯ୍ୟ କରିବା ଆନ୍ତରିକତା ହେଲେ ଏହାକୁ ଦମନ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ମିଶନ ପ୍ରଜେକ୍ଟ ମ୍ୟାନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭିଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ସଂଯୋଗୀକରଣ ସଭାରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି, ଡା. ତୁଷାରକାନ୍ତ ଠାକୁର, ବଲାଙ୍ଗିର ଜିଲ୍ଲା ଶିଶୁ ଉନ୍ନୟନ ପ୍ରକଳ୍ପ, ବି. ଇ. ଓ, ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ, ରାଜେନ୍ଦ୍ର ଯୁବ ସଂଘ ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଶା ଓ ଏ.ଏନ.ମ୍ ସ୍ୱାସ୍ଥ୍ୟ କର୍ମୀ ଗଣ ଯୋଗଦାନ କରିଥିଲେ । ଉପରୋକ୍ତ ସଂଯୋଗୀକରଣ ସଭାକୁ ଜିଲ୍ଲା ଅତିରିକ୍ତ ଜାତୀୟ ମିଶନ ମ୍ୟାନେଜର ରାମାନୁଜ ପଣ୍ଡା ଅଧ୍ୟକ୍ଷତା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.