ପଦ୍ମପୁର ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ଓଜନରେ କମ୍‌ : ମିଲର୍ସ ଅଫିସର୍‌ ମାଲେମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକରେ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଓଜନରେ କମ ଆସୁଥିବାର ଅଭିଯୋଗ ଗଣମାଧ୍ୟମକୁ ସୂଚନା ମିଳିଛି । ସ୍ପଷ୍ଟ ଭାବରେ କହିବାକୁ ହେଲେ ପଦ୍ମପୁର ଚନ୍ଦ୍ରାବତୀ ମେହେର ବିଦ୍ୟାଳୟକୁ ଆସିଥିବା ଚାଉଳ ଓଜନରେ ଗୋଟିଏ ବସ୍ତା ପଚାଶ କେଜି ବଦଳରେ ବୟାଲିଶ କେଜି ଆସିଛି । ହେଲେ ଶିକ୍ଷକ ଚାଉଳ ବାଣ୍ଟିଲେ ପ୍ରାୟ ପାଞ୍ଚ କ୍ବିଣ୍ଟାଲ କ୍ଷତି ସହି ଭରିବାକୁ ପଡିବ ଓ ନ ବାଣ୍ଟିଲେ ଅଭିଭାବକ ମାନେ ଅଭିଯୋଗ କଲେ ଶିକ୍ଷକ ନିଲମ୍ବିତ ହୋଇ ଜେଲ୍‌ ଯିବେ। ଏ ବିଷୟରେ ଆମକୁ ସୂଚନା ମିଳିବାରୁ ପ୍ରଥମେ ଏବିଇଓ ପଦ୍ମପୁର ଓ ପରେ ବରଗଡ଼ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ପ୍ରତିକ୍ରିୟା ଦେଲେ ଯେ, ଶିକ୍ଷକ କାହିଁକି ଚାଉଳ ରଖିଲେ ? ଲୋକ‌ଙ୍କ ମଧ୍ୟମରେ ପ୍ରଶ୍ନ ଉଠୁଛି ଯେ ମିଲର୍ସ କାହିଁକି କମ ଚାଉଳ ବସ୍ତାରେ ଭରି ବିଦ୍ୟାଳୟକୁ ପଠାଇ ଥିଲେ ? ମିଲର୍ସଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବା ବଦଳରେ ଏପରି ଯୁକ୍ତି ଦେବା ହାସ୍ୟାସ୍ପଦ କଥା ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହୁଏ । ଜିଲ୍ଲାପାଳ ମହୋଦୟଙ୍କୁ ସାଧାରଣଙ୍କ ପ୍ରଶ୍ନ, ଆପଣ ଶିକ୍ଷକ ହୋଇଥିଲେ ଏପରି ପରିସ୍ଥିତିରେ ଆପଣ କ’ଣ କରିଥାନ୍ତେ ? ହାତରୁ ଚାଉଳ ଭରିଥାନ୍ତେ କି ଆପଣଙ୍କ ଉପର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥାନ୍ତେ ? ଏହାର ଉତ୍ତର ରଖନ୍ତୁ ଗଣମାଧ୍ୟମ ଆଗରେ ବୋଲି ଜନସାଧାରଣ ଦାବୀ କରିଛ‌ନ୍ତି । ସାଧାରଣ ଲୋକଙ୍କ ସନ୍ଦେହ ହେଉଛି ଯେ ମିଲର୍ସ ପ୍ରଶାସନ ଓ ନେତାଙ୍କ ମଧୁଚନ୍ଦ୍ରିକାରେ ଏସବୁ ଚାଲିଛି ।

Leave A Reply

Your email address will not be published.