ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଅଦ୍ଭାବନୀୟ ଘଟଣାକୁ ବିତିଲା ଆଠ ଦିନ

  • ଆଜି ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଘଟଣାର ତଦନ୍ତ ସ୍ଥଳ ପରିଦର୍ଶନ କରିନଥିବା ଏକ ବିଡ଼ମ୍ବନାର ବିଷୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଏକ ଅଦ୍ଭାବନୀୟ ଘଟଣା ଖୁବ ଆଲୋଡନ ସୃଷ୍ଟି କରିଛି । ଘଟଣାର ଆଠଦିନ ବିତିଗଲା, ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶିକ୍ଷାବିଭାଗଙ୍କ ପଦକ୍ଷେପରେ ତତ୍ପରତା ଦେଖାଯାଉନାହିଁ । ସ୍ଥାୟୀ ପ୍ରତିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଏ ଯାବତ ନେଇ ନାହାଁନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଆଜି ସୁଦ୍ଧା ଘଟଣା ସ୍ଥଳରେ ନ ପହଞ୍ଚିବା ଏବଂ ଘଟଣାର ତଦନ୍ତ ସ୍ଥଳ ପରିଦର୍ଶନ ନ କରିବା ଏକ ବିଡ଼ମ୍ବନା ର ବିଷୟ ବୋଲି ଚର୍ଚ୍ଚା ହେଉଛି । ଯେଉଁ ସ୍କୁଲଘର ତଳୁ ଭିତରକୁ ହେଉଛି ମଳ ବର୍ଷା ହେଉଛି, ତାହା ଗୁଣିଆ ସନ୍ଦେହ ନେଇ ଚର୍ଚ୍ଚା ଜୋର ଲାଗିଛି ।

ସୂଚନାଯୋଗ୍ୟ ଯେ, ଏହା ଗତ ୯ ତାରିଖ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇ ଅଦ୍ୟାବଧି ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉକ୍ତଦିନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତହିଁଆର ଦିନ ଅର୍ଥାତ ଗତ ଶନିବାର ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଛତ୍ରପୁର ବିଇଓ ସୀତାରାମ ପାତ୍ର, ଓ ଛତ୍ରପୁର ଆର୍ବନ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ କୌଣସି ସତ୍ୟାସତ୍ୟକୁ ଆଲୋକପାତ କରିନାହାନ୍ତି କି ଗଣମାଧ୍ୟମ ଆଗରେ କୌଣସି ଦୃଷ୍ଟାନ୍ତ ଦେଇନାହାନ୍ତି । ଘଟଣା ସମ୍ପର୍କରେ ଜିଲ୍ଲାପ୍ରଶାସନ କିମ୍ବା ଶିକ୍ଷାବିଭାଗ ଏହାକୁ କୌଣସି ଗୁରୁତ୍ୱ ଦେଇନାହାନ୍ତି, ତେଣୁ ଗ୍ରାମଲୋକେ ତଥା ସ୍କୁଲ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଇତି ମଧ୍ୟରେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ଘଟିଛି, ପିଲାଙ୍କର ପୋଷାକପତ୍ର, ବହିପତ୍ର, ପ୍ରତିଦିନ ଗନ୍ଧିଆ ଅସନା ହେଉଛି, ନିୟମିତ ପରିବେଶ କଳୁଷିତ କରୁଛି । କୌଣସି କୀଟପତଙ୍ଗ ଠାରୁ ଏହି ମଳ ବିସ୍ଥାରିତ ହେଉଥିବ ବୋଲି ପ୍ରାଥମିକ ସର୍ଭେ କରି ଥାନା ଅଧିକାରୀ କହୁଥିବା ବେଳେ ଏହି ମଳ ଛିଟିକା ପଡ଼ୁଥିବା ବେଳେ କୋଉଠୁ ଆସୁଛି କିଛି ସ୍ୱଷ୍ଟ ହେଉନି, ଗୁରୁବାର ପୁଣି ଗୁଜବ ଅଧିକ ଘନୀଭୂତ ହେବା ପରେ ପୁଣି ବିଇଓ ଏବଂ ଥାନା ଅଧିକାରୀ ପହଞ୍ଚିଥିଲେ, ଘଟଣାର ଅନୁସନ୍ଧାନ କରିବା ବେଳେ ସେହି ଅନୁରୂପ ମଳ-ଛିଟା ପିଲାଙ୍କ ଉପରେ ପଡ଼ି କଳୁଷିତ କରିଥିଲା । ସମସ୍ତଙ୍କୁ ଚକିତ କରିଦେଇଥିଲା । ଏନେଇ ଅସ୍ଥାୟୀ ଭାବେ ଅନ୍ୟ ଏକ କୋଠଘର କିମ୍ବା ଅଙ୍ଗନାବାଡ଼ି କେନ୍ଦ୍ରରେ ଶିକ୍ଷାଦାନ ନିମନ୍ତେ ସ୍ଥାନାନ୍ତର ପାଇଁ ବ୍ଲକ୍ ଶିକ୍ଷାଧିକାରୀ ଚିନ୍ତା ପ୍ରକଟ କରିଛନ୍ତି । କିନ୍ତୁ ମଳଛିଟାରୁ କିଛି ଅଂଶ ନେଇ ଲେବ୍‌ରେ ଟେଷ୍ଟ କରି ଅଣାଯିବା କଥା ମଧ୍ୟ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇନାହାନ୍ତି ବୋଲି ଅଭିଯୋଗ ହେୁଛି । ଏହା କେହି ଜଣେ ତାନ୍ତ୍ରିକଙ୍କ ପଦ୍ଧତି ପ୍ରୟୋଗର ଭୌତିକକାଣ୍ଡ ବୋଲି ଗାଁ ଲୋକଙ୍କ ଠାରୁ ଗୁଜବ ଅଧିକ ଘନୀଭୂତ ହୋଇଛି । ଏହା ମଳ-ପେଷଣ ବୋଲି ତାନ୍ତ୍ରିକ ମତ ଜନମତ ପ୍ରକାଶ କରୁଛି । ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଏ ଯାବତ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି । ଗାଁ ଲୋକେ ଭୟଭୀତ ହୋଇ ଉଠିଛନ୍ତି । ଘଟଣା ସମ୍ପର୍କରେ ଧ୍ୟାନଦେଇ ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ କାରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.