ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ବରକାନୀ, ବଲାଙ୍ଗିରଠାରେ ଏକ ଡି.ସି.ଏମ.ପି ମକଡ୍ରିଲ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ବରକାନୀ, ବଲାଙ୍ଗିରଠାରେ ଏକ ଡି.ସି.ଏମ.ପି ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଜରୁରୀ ପରିସ୍ଥିତି ଓ ଅଗ୍ନି ଦୁର୍ଘଟଣା ସମୟରେ ପ୍ରସ୍ତୁତ ରହି ବିପର୍ଯ୍ୟୟକୁ ହ୍ରାସ କରିବା ଏହି ମକଡ୍ରିଲ ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର ପବିତ୍ର ବେହେରା (ରାଜସ୍ୱ) ମୁଖ୍ୟ ପରିଦର୍ଶକ ଭାବେ ଉପସ୍ଥିତ ରହି ଏହି ମକଡ୍ରିଲର ସ୍ଥିତି ଅନୁଧ୍ୟାନ କରିଥିଲେ । ଶ୍ରୀ ବେହେରା ଯେ କୌଣସି ଅଗ୍ନି ବିପର୍ଯ୍ୟୟ ସମୟରେ ବିପିସିଏଲର ସୁରକ୍ଷା ଓ ଅନ୍ୟାନ୍ୟ କର୍ମଚାରୀମାନେ କିପରି ତାର ମୁକାବିଲା କରିବେ ସେହି ବିଷୟରେ ଆଲୋଚନା କରିଥିଲେ । ଏହି ମକଡ୍ରିଲରେ ଜିଲ୍ଲା ଜରୁରୀ ଶାଖା, ପୋଲିସ ଓ ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ , ସହକାରୀ ନିର୍ଦ୍ଧେଶକ, କାରଖାନା ଓ ବାଷ୍ପିତ୍ର, ବଲାଙ୍ଗିର ମଣ୍ଡଳ ଅଂଶଗ୍ରହଣ କରି ମନ୍ତବ୍ୟ ରଖିଥିଲେ । ଏହି ମକଡ୍ରିଲକୁ ବି.ପି.ସି.ଏଲ ପ୍ଳାଣ୍ଟର ପ୍ରବନ୍ଧକ ବ୍ରିଜେଶ ସିଂହ ଗୁରଜାର୍ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!