ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନାରେ ପର୍ଯ୍ୟବେସିତ ଏହି ଗଣପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନ ଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ନେଇ ଦୋଳ ଶୋଭାଯାତ୍ରା ଉତ୍ସବ ପାଳନ ହୋଇଥାଏ ଓ ହୋଲି ପର୍ବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ ,ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗ ସହିତ ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଡେଲାଙ୍ଗର ଆଠଦେଶ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବ, ଶ୍ରୀ ଶ୍ରୀ ରାଧାକାନ୍ତ ଦେବ, ଶ୍ରୀଶ୍ରୀ ବଣିବକ୍ରେଶ୍ୱର ଦେବ, ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦୋଳ ବିମାନରେ ବସି ବାଜା, ବାଣ, ଶଙ୍ଖ, ତୁରୀ, ଆଲଟ, ଚାମ୍ବର ଛତି, ସୁଶୋଭିତ ଫୁଲମାଳ ସହ ଆଲୋକ ମାଳାରେ ସୂସଜ୍ଜିତ ହୋଇ ତଥା ନଦିଆ ସଂକିର୍ତନ ମଣ୍ଡଳି ସହିତ ଶତାଧିକ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୋପାଳ ମାନେ ଦୋଳବିମାନକୁ କାନ୍ଧରେ କାନ୍ଧେଇ ବିଭିନ୍ନ ଗ୍ରାମ ପରିକ୍ରମା କରି ଘୋରଡିଆର ଚାରୀ ସାହୀ, କଚେରୀ ,କୁଆପଦା, ବାଲିହୁଙ୍କା , ଶିଶୁଆପଡା, ନୂଆ ହାଟ, ଘନିପୁର , ଓଉପଡା ଠାରେ ଭୋଗ ଖାଇଥାନ୍ତି । ସେହିପରି ଶ୍ରୀ ଶୀରାଧାମୋହନ ଦେବ, ଶ୍ରୀ ଶ୍ରୀପତିତପାବନ ଦେବମଧ୍ୟ ଦୋଳବିମାନରେ ବସି ଗାଁ ପରିକ୍ରମା କରି ଭୋଗ ଖାଇଥାନ୍ତି । ଅପରାହ୍ନରେ ଦୋଳମଣ୍ଡପରେ ଦୋଳିରେ ବସି ପୂଜା ପାଇଥାନ୍ତି । ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏଠାରେ ପଣ୍ଡିତମାନେ ନୃତନ ପାଜ୍ଞିକା ପାଠ କରି ଚଳିତ ବର୍ଷ ରାଜ୍ୟ ଓ ଦେଶର ଭବିଷ୍ୟତ, ଭଲମନ୍ଦ ସଂପର୍କରେ ଆଲୋକପାତ କରିଥାନ୍ତି । ଏଥିସହିତ ଡେଲାଙ୍ଗର ଗଡବେଗୁନିଆପଡା, ଘନିପୁର, ଯୋରକଣୀ, ତିଗିରିଆ, ସୁଜନପୁର କଲ୍ୟାଣପୁର, ନୁଆହାଟ, ମୁନିନ୍ଦା ଡେଲାଙ୍ଗ ହାଟ, ବେରବୋଇ, ଅରିଶଲ, ଗୁଆଳିପଡା, ଅଭୟମୁଖୀ, ମୋଟରୀ, ଧାନକେରା, ରେଙ୍ଗଳ, ଗୋଡିପୁଟ ମାଟିଆପଡା, ସିଂଙ୍ଗବ୍ରହ୍ମପୁର, ଜେନାପୁର, ଶ୍ରୀପୁରଷସ୍ତମପୁର ଆଦି ବିଭିନ୍ନସ୍ଥାନରେ ମଧ୍ୟ ଦୋଳପର୍ବ ପାଳନ କରିବା ଦେଖିବାକୁ ମିଳିଥିଲା ।
Prev Post