୨ୟ ବନଦୁର୍ଗା ମହୋତ୍ସବ ତୃତୀୟ ସନ୍ଧ୍ୟା

  • କ୍ଷତିଗ୍ରସ୍ତ ପରିବାରକୁ ସମ୍ପୂର୍ଣ୍ଣ ଥଇଥାନ କରିବା ଏକ ଲକ୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସୁକେତେଲ ଡେମ ତଳି ଅଂଚଳରେ ଥିବା ପଡିଆରେ ଦ୍ୱିତୀୟ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ହଜାର ହଜାର ଲୋକ ଯୋଗ ଦେଇ ମହୋତ୍ସବରେ ସାମିଲ ହୋଇଛନ୍ତି । ଅତୀତରେ ଏହି ଅଂଚଳର କଳା ସଂସ୍କୃତି ଉଚ୍ଚ କୋଟିର ଥିଲା ଆଜି ବି ଅଂଚଳର ଆରାଧ୍ୟା ଦେବୀ ମା’ ବନଦୁର୍ଗା, ମା’ କନ୍ଧେନ ବୁଢୀ, କୟା ଘଟିଏନ, ବୁଢା ଦେଓ, କରମ ସାନି, ନାଗ ବାଚା, ଜଗନ୍ନାଥ ଶିବ ଉପସନା ପୂଜାବିଧି ବହୁ ଦେବାଦେବୀ ବିଶ୍ୱାସର ପରମ୍ପରା ରହିଛି କିନ୍ତୁ ପ୍ରକଳ୍ପ ସବୁ ଛିନଛତ୍ର ହୋଇଯାଇଛି, ଜୀବନ ଜୀବିକା ଖୁବ୍‌ ସରଳ ଥିଲା । ଆଜି ବି ବହୁ ଲୋକ ଖୋଜୁଛନ୍ତି ସେହି ଗାଁ ମାଟିକୁ, ଚାଷୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ ସେତେବେଳେ ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଜଳସେଚନ ଆରମ୍ଭ ହେଲା । ଏ ମହୋତ୍ସବ ମାଧ୍ୟମରେ ପୁଣି ଏକାଠି ହୋଇଛନ୍ତି । ଯୋଗ ଦେଇଥିବା ଅତିଥିବୃନ୍ଦ ଏ ଭଳି ମତ ଉପସ୍ଥାପନ କରିଥିଲେ । ସଭାକାର୍ଯ୍ୟକୁ ସଂଜୟ ଗଡତ୍ୟାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ବରେଣ୍ୟ ଅତିଥି ଜିଲ୍ଲା ଅତିରିକ୍ତ ଏସ୍‌ପି ଗୁଣିନିଧି ମଲ୍ଲିକ, ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀ, ହୃଷିକେଶ ଗଣ୍ଡ ବିଡିଓ ବଲାଙ୍ଗିର, ଅକ୍ଷୟ ପାଣି ଉଡୁ ବିଡିଓ ଲୋଇସିଂହା, ବିକାଶ ରଂଜନ ରଥ ସଭା ପରିଚାଳନା, ସାଂସ୍କୃତିକ ସନ୍ଧ୍ୟାକୁ ସମ୍ପାଦକ ଜୟକୃଷ୍ଣ ମିଶ୍ରଙ୍କ ପରିଚାଳନାରେ ଦଣ୍ଡ ଲୋକନୃତ୍ୟ, କରମ ସାନୀ, ସଂକୀର୍ତ୍ତନ ଝିଲି ପୁଟେଲ ସାଥୀ, ସୁମି ବାଗ ସାଥୀ, ନୃତ୍ୟ ଗୁରୁ ଆଲୋକ ପଣ୍ଡାଙ୍କ ସମ୍ବଲପୁର ଟ୍ରାଇବାଲ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ସମ୍ବଲପୁର ନୃତ୍ୟ ଗୁରୁ ସଂଗୀତା ଦାସଙ୍କ ସଂଜ୍ୟୋତ କଳାକେନ୍ଦ୍ର, ବଲାଙ୍ଗିର, ସାଇ ସ୍ୱର୍ଣ୍ଣ କଳା ପରିଷଦ, କଂସ ଦରବାର, ନୃତ୍ୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଡି ଅଂଚଳ ପ୍ରତିଭା ଗଣେଶ୍ୱର ବେହେରା, ଗିରିଧାରୀ ପୁଟା, ଦୟାନିଧି ଗଡାତ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବନଦୁର୍ଗା ମହୋତ୍ସବ କମିଟି ସହଯୋଗରେ ଆୟୋଜିତ ହେଉଛି ।

Leave A Reply

Your email address will not be published.