ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ଭବାନୀ ଭବନ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକ ମାସ୍ ଫିଟନେସ ଏବଂ ଯୋଗ କାର୍ଯ୍ୟକ୍ରମ ତଥା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଶେଷଙ୍କ ଡ଼ଃ ସସ୍ମିତା ପଣ୍ଡା ମହିଳାମାନଙ୍କର ପୋଷଣ ଓ ସ୍ୱାସ୍ଥ୍ୟ ସେବା ବିଷୟରେ ମୂଲ୍ୟବାନ ତଥ୍ୟ ଓ ପରାମର୍ଶ ଦେଇଥିଲେ । ସେହିଭଳି ମହିଳାମାନେ ସୁସ୍ଥ ଜୀବନଶୈଳୀ ଆପଣାଇବା ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଗୁରୁତ୍ଵାରୋପ କରିବା ନେଇ ଆଲୋକପାତ କରିଥିଲେ । ପରେ ପରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପ୍ରଶିକ୍ଷକ ଶ୍ରୀମତୀ ଅନୁରାଧା ନାଏକ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଯୋଗ ଆସନ ଉପରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ଯୋଗ ଅଭ୍ୟାସ କରେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥାର ମହିଳା ଓ ମହିଳା କ୍ରୀଡାବିତ୍, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ଏବଂ ସୁନ୍ଦରଗଡ଼ ମହାବିଦ୍ୟାଳୟର ଛାତ୍ରୀ, ରାଜ୍ୟ କ୍ରୀଡା ହଷ୍ଟେଲ ଓ ସାଇ ହୋଷ୍ଟେଲରୁ ବହୁ ସଂଖ୍ୟାରେ ପ୍ରଶିକ୍ଷାର୍ଥୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାସ୍ ଫିଟନେସ ଓ ଯୋଗ କାର୍ୟ୍ୟକଳାପ ସହିତ ସଚେତନତା ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ଵାରୋପ କରଯାଇଥିଲା ।
Prev Post