କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ କମ୍ପେ୍ଲକ୍ସ ପରିସରରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳାମାନଙ୍କ ବିଭିନ୍ନ ସାମ୍ବାଧାନିକ ଅଧିକାର ତଥା ସାମାଜିକ ଅଧିକାର ଉପରେ ବକ୍ତାମାନେ ନିଜ ନିଜ ମତ ରଖିଥିଲେ । ଏହି ଦିବସ ପାଳନ ଅବସରରେ ତାଲୁକ ଆଇନ ସଚେତନତା କମିଟିର ଚ୍ୟାରମେନ ତଥା ଅତିରିକ୍ତ ଜିଲ୍ଲା ଜଜ୍ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସବ୍ ଜଜ୍ ଅଲେଖ କୁମାର ପ୍ରଧାନ, ଜେ.ଏମ୍.ଏଫ୍.ସି. ମନୋଜ କୁମାର ଦାସମହାପାତ୍ର ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଏହି ଦିବସ ପାଳନ ଉପରେ ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ମୋହନଲାଲ ଶର୍ମା, ଦୁଃଖିଶ୍ୟାମ ଗୁରୁ ମହିଳାମାନଙ୍କ ଆଇନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ସୁରଜିତ ବନଛୋର, ଅନିଲ ଶର୍ମା, ଯୋଗୀ ପ୍ରସାଦ ବାଗ, ଉଭୟ ମହିଳା ଓ ପୁରୁଷ ପାରା ଲେଗାଲ ଭୋଲେଟିଂୟର, କୋର୍ଟ କର୍ମଚାରୀ ସହ ଜନସାଧାରଣ ସାମିଲ ଥିଲେ ।