oom

ରୋତ କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ, ଜିଲ୍ଲା-ବଲାଙ୍ଗିରର ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସମାଜସେବୀ ଝସକେତନ ମେହେର ମୁଖ୍ୟ ଅତିଥି, ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ଡକ୍ଟର ରଶ୍ମିଲତା ମହାନନ୍ଦ ମୁଖ୍ୟବକ୍ତା ଓ ଓଡ଼ିଆ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଦାଶ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡକ୍ଟର ସୋମନାଥ ପଧାନ ‘ମାଁର ୠଣକୁ କିଏବା ସୁଝିବ’ ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଶିବାନନ୍ଦ ସାହୁ, ଅଧ୍ୟାପିକା ମୋନାଲିସା ନାଗ, ରିୟା ମିଶ୍ର, ଇପ୍ସିତା ମିଶ୍ର ପ୍ରଭୃତି ବିଶ୍ୱରେ ମହିଳାମାନଙ୍କ ମହାନତା ଆଦି ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସଙ୍ଗୀତରେ ବବଲି ବାରିକ, ଲିଜା ସେଟ, ଜୋସ୍ନା ସାହୁ, ପ୍ରବନ୍ଧ ଲିଖନରେ ବିରେନ୍ଦ୍ର ତ୍ରିପାଠୀ, ଦିପା ପଟେଲ, ଦିବ୍ୟାନୀ ପଧାନ, ବକ୍ତୃତାରେ ବିରେନ୍ଦ୍ର ତ୍ରିପାଠୀ, ସୁକେଶ ପଟେଲ, ରିନା ହରିପାଲ ଓ କୁଇଜରେ ଅମିଶା ନାଏକ, ସୁକେଶ ପଟେଲ, ସୁମନ ସାହୁ ଯଥାକ୍ରମେ ପ୍ରଥମ, ୍ୱିୀତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ସହ ପୁରସ୍କୃତ ହୋଇଥିଲେ । ସଭାକୁ ୟୁଥ୍ ରେଡକ୍ରସର ସଂଯୋଜକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିଥିବା ବେଳେ ଶେଷରେ ଅନ୍ୟତମ ସଂଯୋଜକ ରୁପେଶ ଷାଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.