୮୫ ବର୍ଷ ବୟସ୍କ ଗର୍ନ୍ଧମାର୍ଦ୍ଦନ ଆନ୍ଦୋଳନର ସତ୍ୟାଗ୍ରହୀ ଆଦିବାସୀ ମହିଳା ଶ୍ରୀମତୀ ତୁଳସୀ ବରିହାଙ୍କ ପାଦ ଧୋଇଲେ ସାଂସଦ ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେନ୍ଦୁଭଟା ଗ୍ରାମରେ ଏକ ଅସଂପୂର୍ଣ୍ଣ କଲ୍ୟାଣ ମଣ୍ଡପକୁ ସଂପୂର୍ଣ୍ଣ କରିବା ପାଇଁ ସାଂସଦ ଉନ୍ନୟନ ପାଣ୍ଠିରୁ ୪ଲକ୍ଷ ଟଙ୍କା ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ଉକ୍ତ କଲ୍ୟାଣ ମଣ୍ଡପ କାର୍ଯ୍ୟ ଶୁଭାରମ୍ଭ କରିବା, ନଡିଆ ବାଡେଇବା ପାଇଁ ସାଂସଦ ଶ୍ରୀ ପୁରୋହିତ ଗାଁରେ ପହଞ୍ଚି ଥିଲେ । ଗ୍ରାମବାସୀ ଶତାଧିକ ମହିଳା, ପୁରୁଷ ସାଂସଦଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ସେ ଶୋଭାଯାତ୍ରାରେ ସାମିଲଥିବା ଉକ୍ତ ଗ୍ରାମର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସତ୍ୟାଗ୍ରହୀ ୮୫ ବର୍ଷ ବୟସ୍କ ଆଦିବାସୀ ମହିୟସୀ ମହିଳା ଶ୍ରୀମତୀ ତୁଳସୀ ବରିହାଙ୍କୁ ସାଂସଦ ଶ୍ରୀ ପୁରୋହିତ ପାଦଧୋଇ ସମ୍ବର୍ଦ୍ଧିତ କରିଥିଲେ । ୧୯୮୦ ଦଶକ ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ସାମିଲ ଥିବା ବହୁ ଲୋକ ଗାଁ ଗାଁରେ ଅଛନ୍ତି ।