oom

ଟ୍ରାକ୍ଟର ଚାପାରେ ମହିଳାଙ୍କ ମୃତ୍ୟୁ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଟ୍ରାକ୍ଟର ଚାପାରେ ମହିଳା ମୃତ । ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ନିକଟସ୍ଥ ମନସାପାଲି ଗାଁରେ ଟ୍ରାକ୍ଟର ଚାପାରେ ମହିଳାଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ ମନସାପାଲି ଗାଁର କଲ୍ୟାଣୀ ଦୀପ । ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ କରକଚିଆରୁ ଝାରମୁଣ୍ଡା ଗ୍ରାମକୁ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ସିମେଣ୍ଟ ବୋଝେଇ ହୋଇଯାଉଥିବା ହେଳେ ମନସାପାଲି ଗାଁରେ ଟ୍ରାକ୍ଟର ଇଞ୍ଜିନର ବାମପଟ ଚକ ଫାଟିଯାଇ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଘରକୁ ମାଡ଼ିଯାଇଥିଲା ଯାହା ଫଳରେ ଟ୍ରାକ୍ଟର ଚାପାରେ ଘରେ ଥିବା କଲ୍ୟାଣୀଙ୍କ ଘଟଣାସ୍ଥଳରେ ହିିଁ ମୃତ୍ୟୁ ହୋଇଯାଇଥିଲା । ତେବେ ପୋଲିସ ଟ୍ରାକ୍ଟରକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.