ବଲାଙ୍ଗିର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱର ସ୍ୱେଚ୍ଛାସେବୀ ସଂଗଠନର ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ଓ ସଂଯତା ବିଗତ ଜୁନ ମାସଠାରୁ ଆରମ୍ଭ ହୋଇ ବଲାଙ୍ଗିର ଓ ଟିଟିଲାଗଡର ସମସ୍ତ ୱାର୍ଡ ତଥା ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଭାବରେ ଜାରି ରହିଛି । ମୁଖ୍ୟତଃ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ କିଭଳି ସୁସ୍ଥ ପରିବେଶ ଏବଂ ସ୍ୱାସ୍ଥ୍ୟ ଉଭୟ ପରିପୁରକ ଏହି ବାର୍ତ୍ତା ଲୋକଙ୍କୁ ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ସଂଗଠନ ପକ୍ଷରୁ ସୂଚନା ମିଳିଛି । ଏ ସଂପର୍କିତ ଆଲୋଚନା କରିବା ପାଇଁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ପରିଚାଳନା ନିଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ସକ୍ରିୟ ସଦସ୍ୟ ତୁଷାର ରଞ୍ଜନ ଦାସ, ବିବେକାନନ୍ଦ ପଟେଲ ସାକ୍ଷାତ କରି ଆଲୋଚନା କରିଛନ୍ତି । ମାନ୍ୟବର ମନ୍ତ୍ରୀ ସରକାରୀ ସ୍ତରରେ ସମସ୍ତ ସୁବିଧା ଯଥା ସମ୍ଭବ କରିବେ ବୋଲି କହିଛନ୍ତି । ମହିଳାମାନଙ୍କ ସ୍ୱଚ୍ଛତା ପ୍ରତି ଏହି ଅଭିଯାନକୁ ଗୁରୁତ୍ୱ ଦେଇ ଓଡିଶାର ସବୁ ଜିଲ୍ଲାରେ ଏହି ସାମାଜିକ ବାର୍ତ୍ତାକୁ ବିସ୍ତାର କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.