ବ୍ରହ୍ମକୁମାରୀ ଉପ ସେବକେନ୍ଦ୍ରରେ ୯୦ତମ ମହାଶିବରାତ୍ରି ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଉପ ସେବାକେନ୍ଦ୍ର ଠାରେ ୯୦ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମଧାମରେ ପାଳିତ ହୋଇଯାଇଛି । ସେବାକେନ୍ଦ୍ର ସଞ୍ଚାଳିକା ବିକେ ରୋଜି ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମାକୁମାରୀଜ୍ ଭଳି ସଂସ୍ଥା ସମଗ୍ର ବିଶ୍ୱ ସ୍ତରରେ ଇଶ୍ଵରୀୟ ଶାନ୍ତିର ସନ୍ଦେଶ ଦେଇ ଲୋକଙ୍କ ଭିତରେ ଏକ ସକାରାତ୍ମକ ବିଚାର ଧାରା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଚକ୍ରଧର ନାଏକ, ସୁରେନ୍ଦ୍ର ନାଏକ, ପରମାନନ୍ଦ ଠାକୁର, ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁ, ପୋଲିସ ସବ ଇନ୍ସପେକ୍ଟର ଶିବ ଶଙ୍କର ମହାନ୍ତି ଯୋଗଦେଇ କଲମପୁର ଭଳି ଏକ ଅଗମ୍ୟ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସହିତ ବିଶ୍ୱ କଲ୍ୟାଣ ନିମିତ୍ତ ତାର ସେବା ଜାରି ରଖିଛି ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ଯୋଗଦେଇ ଏଇ ସଂସ୍ଥା ମାନବ ଜୀବନରେ ଶ୍ରେଷ୍ଠ ଚରିତ୍ର ନିର୍ମାଣ ତଥା ସମସ୍ତଙ୍କ ଭିତରେ ଏକ ଶୁଭକାମନାର ଚିନ୍ତନ କରିବାର ଶିକ୍ଷା ପ୍ରଦାନ କରିଚାଲିଛି । ଯାହାଦ୍ୱାରା ଜନ ମାନସରେ ଏକ ସକାରାତ୍ମକ ବିଚାର ସୃଷ୍ଟି ହେଉଛି ନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବ ପାଳନରେ ପ୍ରଦୀପ ପ୍ରଜ୍ୱଳନ, ଶିବ ଧ୍ଵଜା ଉତ୍ତୋଳନ, ଶପଥ ପାଠ ସହିତ କେନ୍ଦ୍ର ସ୍ଥାପନର ବାର୍ଷିକ ଉତ୍ସବ ମଧ୍ୟ ପାଳନ ହୋଇଯାଇଛି । ବିଶ୍ୱ ବିଦ୍ୟାଳୟ କଲମପୁର ଉପ ସେବାକେନ୍ଦ୍ରର ବରିଷ୍ଠ ଭ୍ରାତା ପ୍ରେମାଲାଲ ଶର୍ମା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଦାସି ଗାଁ ସରପଞ୍ଚ ପ୍ରମୋଦିନୀ ପ୍ରହରାଜ ଏବଂ ମନିଷା ତିଲକ ଚନ୍ଦନ ଏବଂ ପୁଷ୍ପଗୁଚ୍ଛ ଦ୍ୱାରା ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ବି କେ ଶଙ୍କର୍ଷଣ ଭାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରୋଜି ଭଉଣୀ ଅତିଥି ମାନଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଶେଷରେ ସୁଧୀର ଭାଇ ଆଶିର୍ବଚନ ସହ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.