oom

ସ୍ୱାସ୍ଥ୍ୟକର୍ମୀ ମହାସଂଘ ଗଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ପରିଚାଳନା କରିଥିଲେ ସ୍ୱାସ୍ଥ୍ୟ ପରିଦର୍ଶିକା ମେରିୟମ କୁଲୁ । ବୈଠକରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ବିଷୟରେ ଆଲୋଚନା ହୋଇଥିଲା । କ୍ୟାଡ଼ର୍ ପୁନଃ ଗଠନ ଓ ପଦବୀ ପରିବର୍ତ୍ତନ ପାଇଁ ବହୁ ବର୍ଷରୁ ଅନୁରୋଧ କରାଯାଉଛି । ପ୍ରାୟତଃ ସମସ୍ତ ସରକାରୀ କର୍ମଚାରୀ ଚାକିରୀକାଳରେ ଚାରିରୁ ସାତଟି ପଦୋନ୍ନତି ପାଉଥିବା ବେଳେ ଆମ୍ଭେ ଚାକିରୀକାଳରେ ମାତ୍ର ଗୋଟିଏ ପଦୋନ୍ନତି ପାଉଛୁ ଯାହା ଆମ୍ଭ ମାନଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି କରିଛି କ୍ଷ ଆଗାମୀ ଦିନରେ କୋଭିଡ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସରକାରଙ୍କ ଅବହେଳା ପ୍ରତିବାଦରେ ଆମ୍ଭେ ଟୀକା ଗ୍ରହଣ କରିବୁନାହିଁ କିନ୍ତୁ କଳାବ୍ୟାଚ ପିନ୍ଧି କରୋନା ଟୀକାକରଣରେ ସହଯୋଗ କରିବୁ । ତେବେ ଏ ଅବସରରେ ପରିଚାଳନା କମିଟି ଗଠିତ କରାଯାଇଛି । ସଭାପତି ଭାବେ ଶ୍ରୀ ତୁଷକୁମାର ଚନ୍ଦ୍ରକାର(ସ୍ୱାସ୍ଥ୍ୟପରିଦର୍ଶକ), ଉପସଭାପତି ଶ୍ରୀମତୀ ପାଞ୍ଚାଳୀସୁନା(ସ୍ୱାସ୍ଥ୍ୟପରିଦର୍ଶିକା), ଉପସଭାପତି ଶ୍ରୀମତୀ କବିତାଞ୍ଜଳୀ ଦାଶ (ମହିଳା ସ୍ୱାସ୍ଥ୍ୟକର୍ମୀ), ସମ୍ପାଦକ ଶ୍ରୀ ସତ୍ୟଭୂଷଣ ସାହୁ(ସ୍ୱାସ୍ଥ୍ୟକର୍ମୀ ପୁରୁଷ), ସହ ସମ୍ପାଦକ ଶ୍ରୀମତୀ ସସ୍ମିତା ବେହେରା(ମହିଳା ସ୍ୱାସ୍ଥ୍ୟକର୍ମୀ) ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ରବିନ୍ଦ୍ର ମୋହନ ଦାଶ(ସ୍ୱାସ୍ଥ୍ୟପରିଦର୍ଶକ)ଙ୍କୁ ଦାୟିତ୍ୱ ପ୍ରଦାନ କରା ଯାଇଛି ।

jittmm
Leave A Reply

Your email address will not be published.