ଉଚ୍ଚ ଶିକ୍ଷା ହିଁ ସମାଜ ଉନ୍ନତି କ୍ଷେତ୍ରରେ ନିତାନ୍ତ ଆବଶ୍ୟକ : ବିଧାୟକ ବିଜୟ ରଞ୍ଜନ ସିଂ ବରିହା

  • ଝାରବନ୍ଧ ବ୍ଲକ ଇସ୍କିନ୍ଦାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ବାର୍ଷିକ ମହାସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଇସ୍କିନ୍ଦା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଝାରବନ୍ଧ ବ୍ଳକ ସ୍ତରୟୀ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ବିଞ୍ଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି, ବଲାଙ୍ଗିର ଜିଲ୍ଲା ସଭାପତି ତଥା ଉପ ଲାଟ ସଭାପତି ଚନ୍ଦ୍ରଶେଖର ବାଗ, ଶିକ୍ଷାବିତ୍‌ ତଥା ସହ ଲାଟ ସଭାପତି ଶଙ୍କର ପ୍ରସାଦ ମାଝୀ ମୁଖ୍ୟବକ୍ତା, ଛତିଶଗଡ଼ ପ୍ରିନ୍ସପାଲ କଲ୍ୟାଣୀ ସିଂ ବରିହା, ଫଗୁଲାଲ ବରିହା, ଦାରାସିଂ ବରିହା, ଝାରବନ୍ଧ ବ୍ଳକ ଅଧ୍ୟକ୍ଷା ଜୟନ୍ତୀ ବରିହା, ସାଧାରଣ ସଂପାଦକ ଆଶାରାମ ବରିହା, ସଂଗଠକ ସଂପାଦକ ରାଧେଶ୍ୟାମ ବରିହା, ପୂର୍ବତନ ବିଜ୍ଞାପିତ ପରିଷଦ ପଦ୍ମପୁର ସିଦ୍ଧାର୍ଥ ସିଂ ବରିହା, ଗୁଡୁଲା ପଞ୍ଚାୟତର ସମିତି ସଭ୍ୟା କୁମୁଦିନୀ ବରିହା, ପାଇକମାଲ ବ୍ଳକ ସମିତି ସଭ୍ୟା କୁମାରୀ ବରିହା, ଝାରବନ୍ଧ ବ୍ଲକ ସଭାପତି ଜବାହରଲାଲ ସିଂ ବରିହା, ପ୍ରିନ୍ସପାଲ ଉପେନ୍ଦ୍ର ବରିହା, ବଲାଙ୍ଗିର ଜିଲ୍ଲା ଉପସଭାପତି ଅର୍ଜୁନ ବରିହା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ଉନ୍ନତି, ସଂଗଠନ ସୁଦୃଢ ନାରୀ ଶିକ୍ଷା କ୍ଷେତ୍ରରେ ସମାଜର ପୁଅ ଝିଅ ମାନଙ୍କୁ ବାଧ୍ୟତା ଭାବରେ ପଢ଼ାଇବା, ବିଞ୍ଝାଲ ଭାଷା ସୁରକ୍ଷା, ସାମାଜିକ ସମସ୍ୟା, ଶିକ୍ଷା, ରାଜନୈତିକ, ଅର୍ଥନୈତିକ ଆଦି ଦିଗରେ ସଭାରେ ଗୁରୁତ୍ଵାରୋପ କରାଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସିଂ ବରିହା କହିଛନ୍‌ନ୍ତି ଯେ, ସମାଜରେ ସବୁ କ୍ଷେତ୍ରରେ ଆମକୁ ଶିକ୍ଷା ଲାଭ କରିବା ଏକାନ୍ତ ଆବଶ୍ୟକ ରହିଛି । ମୁଁ ଅଞ୍ଚଳର ବିକାଶ ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛି । ଝାରବନ୍ଧ ବ୍ଲକର ବିଭିନ୍ନ ଗାଁ ଗୁଡ଼ିକରେ ନିଜସ୍ଵ ପାଣ୍ଠିରୁ କଲ୍ୟାଣ ମଣ୍ଡପ ନିର୍ମାଣ ଅର୍ଥ ମଞ୍ଜୁର କରିଥିବା କଥା ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଗୀତ ମାଧ୍ୟମରେ ସମାଜର ପୁଅଝିଅ ମାନେ କିପରି ପାଠ ପଢିବେ, ପରିବେଶ ସୁରକ୍ଷା ଉପରେ ସ୍ବରଚିତ ସୁମଧୁର କଣ୍ଠରେ ଗାଇ ଶୁଣାଇବା ସହ ମତବ୍ୟକ୍ତ କରିଥିଲେ । ଏଥିରେ ଝାରବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗ ଦେଇଥିଲେ । ସବିତ କୁମାର ମହାଲିଙ୍ଗ ସଭା ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ଆଶାରାମ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.