ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ବାଲିଗ୍ରାମଠାରେ ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରୟାଣ ଦିବସ ମହାସମାରୋହରେ ଭକ୍ତଦାସିଆ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଭକ୍ତଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ, ବେଦ ଓ ଗୀତା ପାଠ, ପିଠସ୍ଥ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପାଶ୍ୱର୍ ଦେବାଦେବୀମାନଙ୍କର ସ୍ୱତନ୍ତ୍ର ପୂଜାପରେ ବେଦାଚାର୍ଯ୍ୟ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ ଯଜ୍ଞ, ଯଜ୍ଞରେ ଅନୁଷ୍ଠାନର ଉପସଭାପତି ଇଂ. ଦେବନାରାୟର ପାଲ୍ ମୁଖ୍ୟ ପୁରୋଧା କାର୍ଯ୍ୟ ନିର୍ବାହ କରିଥିଲେ । ବୃନ୍ଦାବନ ଚନ୍ଦ୍ର ରଥଙ୍କ ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ପୁରାତନ ଭଜନ ଓ ଜଣାଣ ପରିବେଶଣ କରାଯାଇଥିଲା । ଏହାପରେ ଆମନ୍ତ୍ରିତ ଅତିଥିମାନଙ୍କୁ ନେଇ ଭକ୍ତ ନିବାସ ସଭାଗୃହରେ ଅନୁଷ୍ଠାନର ସଭାପତି ଡଃ ପ୍ରତିଭା ମହାରଥୀଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ପ୍ରଫେସର ଡାଃ ଅଶୋକ କୁମାର ମହାପାତ୍ର, ପ୍ରାକ୍ତନ ନିର୍ଦ୍ଦେଶକ ଏମ୍ସ୍ ଭୁବନେଶ୍ୱର ମୁଖ୍ୟବକ୍ତା, ୱାଲେଟ୍ ଫର ୱେଲ୍ଥର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, କିଟ୍ +୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମହାପ୍ରବନ୍ଧକ ବିବେକାନନ୍ଦ ମହାପାତ୍ର, ପ୍ରାକ୍ତନ ଅତିରିକ୍ତ ପୋଲିସ୍ କିମଶନର ସୁରେଶ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ନିଜ ନିଜର ବକ୍ତବ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଭକ୍ତ ଦାସିଆଙ୍କର ସରଳ ଭକ୍ତ ଦୃଢ଼ ଆତ୍ମବିଶ୍ୱାସ ଯୋଗୁଁ ବୈଷ୍ଣବ ଜଗତରେ ନିଜକୁ କିଭଳି ପ୍ରତିଷ୍ଠିତ କରିପାରିଥିଲେ ନିଜର ବକ୍ତବ୍ୟ ମାଧ୍ୟମରେ ଭକ୍ତମାନଙ୍କ ଆଗରେ ସୁନ୍ଦର ଭାବରେ ପ୍ରତିପାଦନ କରିଥିଲେ । ପରିଶେଷରେ ତୈମାସିକ ଆଧ୍ୟାତ୍ମକ ପତ୍ରିକା ନବମ ବର୍ଷର ପ୍ରଥମ ସଂଖ୍ୟା “ଭାବକୁ ନିକଟ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରିବା ସହିତ ଏକ ନୂତନ ୱେବସାଇଟ୍ ଭଷବଳଗ୍ଧବୟବଗ୍ଦସବ.କ୍ଟକ୍ସଶର ଶୁଭାରମ୍ଭ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟର ସୁପରିଚାଳନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ପଚାଂନନ ନାୟକ, ଅର୍ଜ୍ଜୁନ ଚରଣ ବେହେରା, ଡ. ଦୂର୍ଗା ପ୍ରସାଦ ମିଶ୍ର, ଡଃ. ଉଦୟନାଥ ଆଚାର୍ଯ୍ୟ, ପ୍ରାଧ୍ୟାପିକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଅଜୟ କୁମାର ଦାସ ସହଯୋଗ କରିଥିଲେ । ସାଂସ୍କୃତିକ ସମ୍ପାଦକ ଆଇନ୍ଜୀବୀ ସରୋଜ କୁମାର ସାହୁ, ଆମନ୍ତ୍ରିତ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ଅତିଥି ମାନଙ୍କର ପରଚିୟ ଦେବା ସହ ସମସ୍ତ କାର୍ଯ୍ୟରେ ସୁପରିଚାଳନା କରି ବିଶିଷ୍ଟ ବଦାନ୍ୟ ବ୍ୟକ୍ତିମାନଙ୍କର ସାହାଯ୍ୟ ସହଯୋଗ ପାଇଁ କୃତଜ୍ଞାତା ଅର୍ପଣ କରିଥିଲେ । ସର୍ବଶେଷରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।