ତିନି ରଥରେ ବିରାଜମାନ କରିଛନ୍ତି ତିନି ଠାକୁର : ଗଜପତି ମହାରାଜ କଲେ ଛେରା ପହଁରା କଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେଉଛି ପବିତ୍ର ରଥଯାତ୍ରା । ତିନି ଠାକୁର ଶ୍ରୀମନ୍ଦିରରୁ ବାହାରି ସିଂହଦ୍ୱାର ଆଗରେ ତିନି ରଥରେ ବିରାଜମାନ କରିଥିବା ବେଳେ ରଥ ଉପରେ ଅନୁଷ୍ଠିତ ହୋଇଯାଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । ଗଜପତି ମହାରାଜ ଦିଂବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଛନ୍ତି । ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ । ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରା ପହଁରା କରିଥିଲେ ପଜପତି ମହାରାଜ । ଏହାପରେ ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥରେ ଛେରା ପହଁରା କରାଯାଇଛି । ଏହି ନୀତି ସମ୍ପାଦନ ପରେ ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ରଥଟଣା ଯିବ ।

Leave A Reply

Your email address will not be published.