ppurohit

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ଡକ୍ଟରେଟ ଉପାଧି ଲାଭ

2nd
  • ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ସେ ଆମ ଅଞ୍ଚଳର ଜଣେ ଶିକ୍ଷକ୍ଷବିତ, ସଂଯୋଜକ, ସୁବକ୍ତା, ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଓ ଜଣେ ସମାଜସେବୀ ଭାବରେ ଦୀର୍ଘଦିନରୁ ସୁପରିଚିତ । ସେ ରାଜନୀତି ବିଜ୍ଞାନର ଜଣେ ବରିଷ୍ଠ ଅଧ୍ୟାପକ । ତାଙ୍କର ଦୀର୍ଘ ଅଧ୍ୟାପନା କାର୍ଯ୍ୟର ୩୪ ବର୍ଷର ଚାକିରୀ କାଳରେ ଅନେକ ଛାତ୍ରଛାତ୍ରୀ ଉତ୍କୃଷ୍ଟ ରୂପେ କୃତକାର୍ଯ୍ୟ ହୋଇ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଗତ ତା ୩୦/୦୮/୨୦୨୫ରିଖରେ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ପୃଥିବୀ ପ୍ରସିଦ୍ଧ କେମ୍ରିଜ ଡିଜିଟାଲ ୟୁନିଭର୍ସିଟି ତାଙ୍କୁ ସମ୍ମାନଜନକ ଡ଼କ୍ଟରେଟ ଉପାଧିରେ ଭୂଷିତ କରିଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ଅନୁଷ୍ଠାନରେ ତଥା ସାରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.