ମହାମହିମ ଓଡିଶା ରାଜ୍ୟପାଳଙ୍କୁ ପଦ୍ମପୁରକୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଭୁବନେଶ୍ଵର ରାଜଭବନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ଉପଢ଼ୌକନ ଫୁଳତୋଡ଼ା ଓ ନୃସିଂହନାଥ ମହାପ୍ରଭୁଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିବା ପରେ ନୃସିଂହନାଥ ମନ୍ଦିର ଓ ପଦ୍ମପୁର ଗସ୍ତ କରିବା ପାଇଁ ନିମନ୍ତ୍ରିତ କରିଥିଲେ । ବିଶେଷ ଭାବେ ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଓ ବରିହାପାଲି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବାପାଇଁ ଡଙ୍ଗାଘାଟ ରୌପ୍ୟ ଜୟନ୍ତୀ କମିଟିର ସଦସ୍ୟ ଚନ୍ଦ୍ର ଶେଖର ସାହୁ, ରବି ଶଙ୍କର ପ୍ରଧାନ, ପରମାନନ୍ଦ ରଣା, ଓ ବରିହାପାଲି ବିଦ୍ୟାଳୟର ଶହେବର୍ଷ ପୂର୍ତ୍ତି ଉତ୍ସବର କମିଟୀ ସଦସ୍ୟ ଦିବ୍ୟ ପଣ୍ତା, ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ମାନ୍ୟବର ରାଜ୍ୟପାଳଙ୍କୁ ନିମନ୍ତ୍ରଣ ପତ୍ର ଦେଇଥିଲେ । ରାଜ୍ୟପାଳ ପଦ୍ମପୁର ଗସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.