oom

ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟକୁ ସି.ଗ୍ରେଡ୍ ନାକ୍ ମାନ୍ୟତା ମିଳିଲା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟକୁ ସି.ଗ୍ରେଡ୍ ନାକ୍ ମାନ୍ୟତା ପ୍ରାପ୍ତ ହୋଇଯାଇଛି । ଅଳ୍ପ କିଛି ଦିନ ପୂର୍ବେ ଏକ ତିନ ଜଣିଆ ଅଭିଜ୍ଞ ନାକ୍ ଟିମ୍ ପରିଦର୍ଶନ କରି ପ୍ରଫେସର ଜୋସେଫ ଡୋରାଇରାଜ ତାମିଲନାଡୁ, ପ୍ରଫେସର ମୋହମଦ ଆରିଫ ବନାରସ ଏବଂ ଡ଼ଃ. ବିବେକ କୋହଲି ଅମ୍ବାଲା ମହାବିଦ୍ୟାଳୟକୁ ଦୁଇ ଦିନିଆ ପରିଦର୍ଶନରେ ଆସିଥିଲେ ଯେଉଁଥିରେ ସେମାନେ ଅନୁଷ୍ଠାନର ଆତ୍ମ ସମୀକ୍ଷା ରିପୋର୍ଟ (ଏସ୍‌.ଏସ୍‌.ଆର୍.)ରେ ଦିଆଯାଇଥିବା ଦାବି ଗୁଡ଼ିକୁ ଯାଞ୍ଚ କରିବା ସହ ଏକାଡେମୀକ ଉତ୍କୃଷ୍ଟତା, ଶିକ୍ଷାପ୍ରଣାଳୀ ଗୁଣବତ୍ତା, ଅନୁଷ୍ଠାନ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆଭିମୁଖ୍ୟ ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ (ଆଲୁମିନ୍), ଅଭିବାବକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିନିଧି, ଆଞ୍ଚଳିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ, ବ୍ରହ୍ମପୁର, ଖଣ୍ଡଦେଉଳି ଗ୍ରାମବାସୀ ଏବଂ କିଛି ପ୍ରମୁଖ ଶିକ୍ଷାବିତମାନଙ୍କ ଆନ୍ତରିକ ସହଯୋଗରେ ନାକ୍ ଆସେସ୍‌ମେଣ୍ଟ ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦନ ହେଇଥିଲା । ଯାହାର ଫଳସ୍ୱରୂପ ତା. ୩୦ / ୧ / ୨୦୨୫ ରିଖରେ ମହାବିଦ୍ୟାଳୟକୁ ସି.ଗ୍ରେଡ୍ ନାକ୍ ମାନ୍ୟତା ପ୍ରାପ୍ତ ହୋଇଛି । ଏହି ସଫଳତା ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟକୁ ଅନେକ କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାଭିମୁଖୀ ହେବା ପାଇଁ ମାର୍ଗଦର୍ଶକ ହେବା ସଙ୍ଗେ ଏକ ଗ୍ରାମୀଣ ଉଚ୍ଚ ଶିକ୍ଷା ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତରେ ସୁବର୍ଣ୍ଣ ସୁଯୋଗ ଆଣିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିନତି ପଟ୍ଟନାୟକ ଅତୁଟ ବିଶ୍ୱାସର ସହିତ କହିଛନ୍ତି ।

jittmm
Leave A Reply

Your email address will not be published.