ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇନଡକ୍ସନ୍ ପ୍ରୋଗ୍ରାମ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜର ସମ୍ମିଳନୀ ପ୍ରକୋଷ୍ଠରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଇନଡକ୍ସନ୍ ପ୍ରୋଗ୍ରାମ୍‌ର ଆୟୋଜନ କରାଯାଇଥିଲା । କଲେଜର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଦାଶ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେ ସ୍ନାତକୋତ୍ତର ଅବଧିରେ ଏବଂ ସ୍ନାତକୋତ୍ତର ଶିକ୍ଷା ପରେ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ କଷ୍ଟ କରି ପଢିବା ଏବଂ ଲକ୍ଷ୍ୟହାସଲ କରିବା ପାଇଁ ଉତ୍ସାହିତ କରିଥିଲେ । ପି.ଜି. ଆଡ଼ମିଶନ ଇନ୍‌ଚାର୍ଜ ଡ଼. ସୁବୋଧ କୁମାର ତ୍ରିପାଠୀ ଆଡ଼ମିଶନ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ତାପରେ ନୂତନ ଭର୍ତ୍ତି ହୋଇଥିବା ସମସ୍ତ ପି.ଜି. ଛାତ୍ରଛାତ୍ରୀ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ଷ୍ଟାଫ୍ କାଉନ୍‌ସିଂଲ୍ ସମ୍ପାଦକ ପ୍ରମୋଦ କୁମାର ତ୍ରିପାଠୀ ସମସ୍ତଙ୍କୁ ଷ୍ଟାଫ୍ କାଉନ୍ସିଲ୍‌ର ପକ୍ଷରୁ ସ୍ୱାଗତ କରିଥିଲେ ଏବଂ ନୂତନ ଛାତ୍ରଛାତ୍ରୀଙ୍କୁ ଶିଷ୍ଟ ହୋଇ ପଢିବା ଏବଂ ନିଜ ଲକ୍ଷ୍ୟ ସାଧନ କରିବାକୁ ପରାମର୍ଶ ଦେଇଥିଲେ । କଲେଜର ପ୍ରଶାସନିକ ବର୍ଷାର୍ ନବକୃଷ୍ଣ ମିଶ୍ର ସ୍ୱାଗତ ସମ୍ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ କଲେଜର ସମସ୍ତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହ ଜ୍ଞାନ, ମୂଲ୍ୟ, ଦକ୍ଷତା ହାସଲ କରି ନିଜ ବିଷୟରେ ସମାଲୋଚନାମୂଳକ ବୁଦ୍ଧି ଉନ୍ନତ କରିବାକୁ ପ୍ରେରିତ କରିଥିଲେ । ଅକାଉଣ୍ଟ ବର୍ଷାର୍ ପ୍ରଭାତ କୁମାର ମହାପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ନିଜର ଶିକ୍ଷାଯାତ୍ରାର ସଫଳ ଏବଂ ନିୟମିତ ପରିଚାଳନା ପାଇଁ ଉତ୍ସାହ ଦେଇଥିଲେ । ଡ଼. ସରୋଜ କୁମାର ନାୟକ କଲେଜର ଆରମ୍ଭରୁ ଏ ପର୍ଯ୍ୟନ୍ତର ଗୌରବମୟ ଐତିହ୍ୟ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ବିଭାଗର ବିଭାଗ ମୁଖ୍ୟ ମାନେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ତାଙ୍କ ବିଭାଗର ମୁଖ୍ୟ କାର୍ଯ୍ୟକଳାପ ଓ ସଫଳତା ସମ୍ପର୍କରେ ଅବଗତ କରାଇଥିଲେ । ହଷ୍ଟେଲ୍ ସୁପରିଣ୍ଡେଣ୍ଟ ଶ୍ରୀମତୀ ଶର୍ମିଳା ପଣ୍ଡା ଛାତ୍ରଛାତ୍ରୀଙ୍କୁ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ସମ୍ମୁଖୀନ କରିବା ଏବଂ ସକାରାତ୍ମକ ଭାବେ ଆଗକୁ ବଢିବାକୁ ପ୍ରେରିତ କରିଥିଲେ । ଶେଷରେ ଶ୍ରୀମତୀ ମୋନାଲିସା ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତାପିନୀ ପଣ୍ଡା, ପ୍ରଫେସର ତାରା ପ୍ରସାଦ ଶତପଥୀ, ଡ଼. ତୁଷାରକାନ୍ତ ସାହୁ, ଡ଼. ପ୍ରଦୀପ କୁମାର ପଣ୍ଡା, ଶ୍ରୀମତୀ ବୁନି ସାହୁ ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମଣ୍ଡଳୀ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.