ବଙ୍ଗୋମୁଣ୍ଡାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଉଗ୍ରେସନ ଭବନ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ବର୍ଗ ବଙ୍ଗୋମୁଣ୍ଡା ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରତ ମାତା ଓ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବରିଷ୍ଠ ବିଜେପି ନେତା ଥବିରଚନ୍ଦ୍ର ବାଗ, ନରସିଂହ ଥନାପତି, ଜିଲ୍ଳା ପଦାଧିକାରୀ କ୍ଷୀରସିନ୍ଧୁ ବଚ୍ଛା, ବଙ୍ଗୋମୁଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ଧନସିଂ ନାଗ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରଶିକ୍ଷଣ ଶିବିର ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ମୂଲ୍ୟବୋଧ, ଶିସ୍ତ, ଓ ରାଷ୍ଟ୍ରସେବାର ମନୋଭାବ ସମ୍ବନ୍ଧରେ ସଚେତନ । ଏହି ମହାଅଭିଯାନର ଲକ୍ଷ୍ୟ ହେଉଛି ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଆଦର୍ଶ, ସଚେତନ ଓ ସକ୍ଷମ ନେତୃତ୍ୱରେ ପରିଣତ କରି ସଂଗଠନକୁ ଆଉ ଶକ୍ତିଶାଳୀ କରିବା ନେଇ ଆହ୍ୱାନ ଦେଇଥିଲେ । ଶିବିରରେ ବିଭିନ୍ନ ବିଷୟରେ ଚର୍ଚ୍ଚା ହେବା ସହ କାର୍ଯ୍ୟପଦ୍ଧତି, ସଂଗଠନ ଶକ୍ତିବର୍ଦ୍ଧନ, ଓ ଜନସେବାରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ମୂଲ୍ୟବାନ ମାର୍ଗଦର୍ଶନ ଦିଆଯାଇଛି । ଦିନଦୟାଲ ଉପାଧ୍ୟାୟଙ୍କ ଆଦର୍ଶକୁ ଅନୁସରଣ କରି “ରାଷ୍ଟ୍ର ପ୍ରଥମ” ମନୋଭାବ ସହିତ ସମାଜ ଓ ଦେଶ ଗଢ଼ିବାରେ ଆମେ ସମସ୍ତେ ନିଜକୁ ନିୟୋଜିତ କରିବା ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଏଥିରେ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ଏଥିରେ ବଙ୍ଗୋମୁଣ୍ଡା ମଣ୍ଡଳର ସମସ୍ତ ଭାରତୀୟ ଜନତା ପାର୍ଟିର ମଣ୍ଡଳ ପଦାଧିକାରୀ, ସମସ୍ତ ମୋର୍ଚ୍ଚା କମିଟି, ସମସ୍ତ ବୁଥ କମିଟିର ସଭାପତି ଓ ସମସ୍ତ ଭାରତୀୟ ଜନତା ପାର୍ଟିର ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.