ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମାଣ୍ଡୋସିଲଠାରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ତତ୍ୱାବଧାନରେ ଓଡ଼ିଶା ସରକାରଙ୍କ ଦ୍ଵାରା ପରିଚାଳିତ ନୂଆ ଓ କାର୍ଯ୍ୟକ୍ରମର ଯୁବା ଓଡ଼ିଶା, ନବୀନ ଓଡ଼ିଶା ସମାଜ ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଓମ୍ ପ୍ରକାଶ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଡ଼ା.ରଜତ କୁମାର ସାହୁ (ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ), ଡ଼ା.ସରୋଜ ସେଠ (ସ୍ତ୍ରୀ ଓ ପ୍ରସୂତି ରୋଗ ବିଶଷଜ୍ଞ), ଡ଼ା.ଶ୍ରୀଧର ପ୍ରଧାନ (ଏମ୍‌ବିବିଏସ୍), ଡ଼ା. ଅନିତା ମିଶ୍ର (ଆୟୁଷ ଏମ୍‌ଓ), ଫାର୍ମାସିଷ୍ଟ ଦିଲ୍ଲୀପ କୁମାର ବେହେରା ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ଏହି ଶିବିରରେ ଶହ ଶହ ରୋଗୀ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିରର ଲାଭ ଉଠାଇଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ଓ ଆର୍ଥିକ ସ୍ୱାକ୍ଷରତା ଅଭିଯାନ ବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ ସମ୍ମାନିତ ଅତିଥି ପାଇକମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଲେନ୍ଦ୍ର ବାରିକ, ରବିନ୍ଦ୍ର ସତପଥି ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ, ଗ୍ରାମ୍ୟ କମିଟିର ସଭାପତି ଧନସିଂ ପଟେଲ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଜୟଶ୍ରୀ ମେହେର ସଭା ଆରମ୍ଭ କରିଥିବା ବେଳେ ସ୍ଵାଗତ ଭାଷଣ ଅଧ୍ୟାପକ ପରମେଶ୍ୱର ସାହୁ ଦେଇଥିଲେ । ଶେଷରେ ଅଧ୍ୟାପକ ତେଜ ରାଜ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଧ୍ୟାପକ ବୈବସୂତ ପ୍ରଧାନ, ରିପନ୍ କୁମାର ସାହୁ, ଭେଙ୍କଟ ପ୍ରଧାନ, ଶଙ୍କର ପ୍ରସାଦ ମହାକୁର, ହେମନ୍ତ ବରିହା, ମହମ୍ମଦ ସାହିଦ, ପ୍ରେମ କୁମାର ସାହୁ, ନାରାୟଣ ଖୁଣ୍ଟିଆ, ଅଧ୍ୟାପିକା ପୁଷ୍ପାଞ୍ଜଳୀ ମହାପାତ୍ର, ଅନାମିକା, ବବିତା ପ୍ରଧାନ, ବିରେନ୍ଦ୍ରିକା ତାଣ୍ଡି, ଶ୍ରୀୟା ଭୋଇ ଓ ବିଦ୍ୟାଳୟର କର୍ମଚାରୀ ନରେଶ୍ୱର୍ ସାହୁ, ମୁକେଶ ପ୍ରଧାନ, ତପନ ପ୍ରଧାନ, ଗୋବର୍ଦ୍ଧନ କୁମ୍ଭାର, ଖଗପତି ଭୋଇ, ଅରକ୍ଷିତ ସରିୟା, ଦେବରାଜ ମେହେର, ଲାଲା ପଟେଲ ଓ ବିନୋଦ କୁମ୍ଭାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.