
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ । ୨୦୧୩ରୁ ସେ ଫେରାର ଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୩ ମସିହାରେ ଶାନ୍ତି ମିଶ୍ରଙ୍କୁ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ ଅଭିଯୁକ୍ତ ଜଣକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲରେ ୧୧ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଗତ କିଛିଦିନ ତଳେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମଉଜ ଓରଫ ସତିଶ ମିଶ୍ରଙ୍କୁ ପୁଲିସ ଗିରଫ କରିଥିଲା । ଆଜି ଏହି ମାମାଲାର ୧୩ ନମ୍ବର ଅଭିଯୁକ୍ତ ମାଧବ ପାଣିଗ୍ରାହୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।