oum

ପ୍ରେମିକଙ୍କ ମଦପିଆ ଅଭ୍ୟାସ ଉଜାଡି ଦେଲା ସୁନାର ସଂସାର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ କରି ଦୁହେଁ ଦୁହିିଁଙ୍କ ସାତ ଜନ୍ମ ପାଇଁ ଜୀବନ ସାଥୀ ହୋଇଥିଲେ । ହେଲେ ଦୁହିଁଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କ ପରିବାର ଲୋକେ ଏହି ସଂପର୍କକୁ ସ୍ୱୀକାର କରିନଥିଲେ । ଫଳରେ ଦୁହେଁ ଅଲଗା ରହି ନିଜ ସଂସାର ନିଜେ ଗଢିଥିଲେ । ତେବେ ପ୍ରେମିକଙ୍କ ମଦ ପିଆ ଅଭ୍ୟାସ ଉଜାଡି ଦେଇଛି ସେମାନଙ୍କ ସୁନାର ସଂସାର । ସୂଚନା ଯୋଗ୍ୟଯେ, ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗଉରେନମୁଣ୍ଡାର ରୋହିତ ଥପ୍ପା ଓ କବିତା ସାହୁ ପ୍ରେମ ବିବାହ କରି ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ସ୍ଥିତ ଏକ ଭଡ଼ା ଘରେ ଗତ ୮ ମାସ ହେଲା ରହି ଆସୁଥିଲେ । ଦିନ ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ରୋହିତ । ସେମାନଙ୍କ କୋଳ ମଣ୍ଡନ କରିଥିଲା ଏକ କୁନ୍‌ମୁନ୍‌ କୁନି ଝିଅ । କିନ୍ତୁ ଏତେ ସଫଳ ପ୍ରେମ ସମୟ କାଟୁଥିବା ରୋହିତଙ୍କ ମଦପିଆ ଅଭ୍ୟାସ କାଳ ସାଜିଲା ତାଙ୍କ ସଂସାର ପାଇଁ । ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସକାଳୁ ଉଠି ସ୍ୱାମୀ ରୋହିତ ଥାପ୍ପାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ସ୍ତ୍ରୀ କବିତା । ଖବରପାଇ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ରୋହିତ ଓ କବିତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲେ ବି ଅନ୍ୟ ଜାତିରେ ବିବାହ କରିଥିବାରୁ ସେମାନେ ଶବକୁ ଛୁଇଁବୁ ନାହିଁ ବୋଲି ମନା କରିଦେଇଥିବା ବେଳେ ରୋହିତଙ୍କ ଶବ ସତ୍କାର ପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀର ଯୁବକମାନେ ଆଗେଇ ଆସିଥିଲେ ।

Leave A Reply

Your email address will not be published.