ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରେ ଡେଲାଙ୍ଗ ଅଂଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଚଂଳ ଘୋଷଣା ହେଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ଅବାଧ ମଦ ବେପାର ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇାରେ ଲାଗିଛି । କୋଭିଡ ସମୟରେ ଚୋରା ମଦ କରାବାର ଓ ନିଶା ସେବନକାରୀ ବହୁ ସଂଖ୍ୟାରେ ବୃଦ୍ଧି ପାଉଛନ୍ତି । ବର୍ତମାନ ଡେଲାଙ୍ଗରେ ସାଉରିଆ କଲ୍ୟାଣପୁର, ମୁନିନ୍ଦା, ଡେଲାଙ୍ଗ ହାଟ ବଜାର, ବାୟା ବଜାର, ଇନ୍ଦିପୁର, ବେରବୋଇ, ଅରିଶଲ, ମୋଟରୀ, ହରିରାଜପୁର ଆଦି ଗ୍ରାମ ପଚାଂୟତଗୁଡିକରେ ଗଳି କନ୍ଦିରେ ପାନ ଦୋକାନ, ତେଜରାତି ଦୋକନରେ ଚୋରା ବ୍ୟବସାୟୀମାନେ ପସରା ମେଲି ଖୁଲମ୍‌ଖୁଲା ବିକ୍ରି କରୁଥିବା ଅଭିଯୋଗ ହେଉଛି । ତା’ ସାଙ୍ଗକୁ ଧଳା ଜହରର କାରାବାର ଅଚଂଳବାସୀଙ୍କ ଚିନ୍ତାର କାରଣ ହୋଇଥିବା ସୂଚନା ମିୂିଛି । ସୂଚନା ଅନୁସାରେ ଯୁବ ଗୋଷ୍ଠୀ ଏହି ଧଳା ଜହର ମୟାଜାଲରେ ପଡି ଘରେ ଅଶାନ୍ତି ସୃଷ୍ଟି କରିବା ସହ ସର୍ବସ ଲୁଟି ନେଉଛନ୍ତି । ଏଠାରେ ସ୍ଥାନୀୟ ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ ନିରବ ରହୁଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କିଛି ସୁଫଳ ହେଉନାହିଁ ବୋଲି ସାଧାରଣରେ ଅସନେ୍‌ନ୍ତାଷ ପ୍ରକାଶ ପାଉଛି । ଅସାଧୁ ମେଣ୍ଟ ଫଳରେ ସମଗ୍ର ଡେଲାଙ୍ଗ ଅଚଂଳରେ ମଦର ବନ୍ୟା ସାଙ୍ଗକୁ ଧଳା ଜହର କାରାବାର ଦେଖାଦେଇଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ଦିନକୁ ଦିନ ପରିବେଶ ନଷ୍ଟ ହେବାକୁ ବସିଲାଣି । ଏଥି ପାଇଁ ପ୍ରତିଦିନ କଛି ନା’ କିଛି ଅଘଟଣ ଘଟି ଚାଲିଛି, ଅନେକ ପରିବାର ଭାଙ୍ଗିଯିବା, ଅନେକ ଘରେ ନିତୀ କଳିଝଗଡା ଲାଗିବା, ଅକାଳରେ ଅନେକ ମୃତ୍ୟୁ ବରଣ କରଥିଲେ ମଧ୍ୟ ଘଟଣାକୁ ଚପାଇଦେବା, ଏବେ ପ୍ରତି ଗାଁରେ ନିଶା ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପରିବେଶ ଅଶାନ୍ତ ସହ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି, ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବା ସହ ଅକ୍ଟୋବର ୨ ତାରିଖ ତଥା ପବିତ୍ର ଗାନ୍ଧୀ ଜୟନ୍ତୀରେ ଡେଲାଙ୍ଗ ଅଂଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଚଂଳ ଘୋଷଣା କରିବାକୁ ସାମାଜିକ କର୍ମୀ ଦିଲ୍ଲିପ ଧାଉଡିଆ ନିବେଦନ କରିଛନ୍ତି ।

Leave A Reply

Your email address will not be published.