lika

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦର ବଲାଙ୍ଗିର ଜିଲ୍ଳା ବଲାଙ୍ଗିର ଅଞ୍ଚଳର ସାଧାରଣ ଅଧିବେଶନ ଅନୁଷ୍ଠିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦର ବଲାଙ୍ଗିର ଜିଲ୍ଳା ବଲାଙ୍ଗିର ଅଞ୍ଚଳର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କଳାକାହ୍ନୁ ପୁଟେଲଙ୍କ ସଭାପତିତ୍ୱରେ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ସଭାପତି କାର୍ତ୍ତିକ ପୁଟେଲ ମୁଖ୍ୟ ବକ୍ତା ଭାବରେ ଜିଲ୍ଳା ଉପସଭାପତି ବ୍ରଜମୋହନ ପଟେଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଉପସଭାତି ସୁବାଷ ଚନ୍ଦ୍ର ପୁଟେଲ, ଜିଲ୍ଳା ଉପଦେଷ୍ଟା ମଣ୍ଡଳୀ ବିରାଜ ପୁଟେଲ ଜିଲ୍ଳା ସମୀକ୍ଷକ ଶରତ କୁମାର ପୁଟେଲ ମଞ୍ଚାସୀନ ଥିବାବେଳେ କୋଶଳଳେଶ୍ୱର ବାବାଙ୍କ ପୂଜାର୍ଚନା ବୃନ୍ଦାବନ ସମରଥ ତୁଲେଇଥିବା ବେଲେ ଭଗବାନଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । କୋଶଳେଶ୍ୱର ମାଳୀ ସମାଜର ଶିକ୍ଷା ବିକାଶ କିପରି ହୋଇପାରିବ, ସମାଜର ଉନ୍ନତି କିପରି ହୋଇ ପାରିବ, ସମାଜରେ ଗରିବି ଦୂରୀକରଣ କିପରି ହୋଇ ପାରିବ ସେ ପ୍ରତି ଧ୍ୟାନ ଦେବାପାଇଁ ଆଲୋଚନା ମାଧ୍ୟମରେ ମୂଖ୍ୟବକ୍ତା କହିଥିଲେ । ସରକାରଙ୍କ ସହିତ ଲଢେଇ କରିବା, ସରକାର ନ ଶୁଣିଲେ ଆନ୍ଦୋଳନ କରିବା ବୋଲି ବକ୍ତା ମହାଦୟ ଚେତାବନୀ ମଧ୍ୟ ଦେଇଥିଲେ । ଏହି ଅଧିବେଶନରେ ୩୬ ଖଣ୍ଡ ଗ୍ରାମର ଲୋକ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ସତ୍ୟବାନ ପୁଟେଲ ଦେଇଥିଲେ । ଟିକଲ ପୁଟେଲ, ସୁମନ୍ତ ପୁଟେଲ, ସତ୍ୟ ପୁଟେଲ, ଉଦ୍ଧବ ପୁଟେଲ, ପୁରୁଷୋତ୍ତମ ପୁଟେଲ, ରାମଚନ୍ଦ୍ର ପୁଟେଲ ତଥା କୋଶଲେଶ୍ୱର ମାଳୀ ସମାଜର ୩୬ ଖଣ୍ଡ ଗ୍ରାମରୁ ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.