ବାଜି ମାରିଲେ ମାଆ ପୁଅ : ପିପିଡ଼ା ଏବଂ ଛତାମଖନା ପଞ୍ଚାୟତର ଗୀତାଞ୍ଜଳି ମିଶ୍ର ଓ ସ୍କାରକ ମିଶ୍ର ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଥିବା ପିପିଡ଼ା ଏବଂ ଛତାମଖନା ପଞ୍ଚାୟତ ସମିତିରେ ଗୋଟିଏ ମା’ ପୁଅ ଯୋଡ଼ି ପରାଜୟବରଣ କରିଥିବା ବେଳେ ଅନ୍ୟ ଏକ ମା’ ପୁଅ ଯୋଡ଼ି ବାଜି ମାରି ନେଇଛନ୍ତି । ଛତାମଖନା ପଞ୍ଚାୟତ ସମିତିରେ ଗୀତାଞ୍ଜଳି ମିଶ୍ର ୧୦୩ଟି ଭୋଟ ବ୍ୟବଧାନରେ ଜ୍ୟୋସ୍ନାମୟୀ ମିଶ୍ରଙ୍କୁ ପରାଜୟ କରିଥିବା ବେଳେ ସ୍ମାରକ ମିଶ୍ର ୩୬ଟି ଭୋଟ ବ୍ୟବଧାନରେ ସିର୍ଦ୍ଧାର୍ଥ ମିଶ୍ରଙ୍କୁ ହରାଇ ବିଜୟୀ ହୋଇଛନ୍ତି । ସିର୍ଦ୍ଧାର୍ଥ ୧୦୦୯ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ମାରକ ୧୦୪୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଜ୍ୟୋସ୍ନାମୟୀ ୧୪୬୬ ଖଣ୍ଡ ଭୋଟ ପାଇଥିବା ବେଳେ ଗୀତାଞ୍ଜଳି ମିଶ୍ର ୧୫୭୦ ଖଣ୍ଡ ଭୋଟ ପାଇଛନ୍ତି ।

Leave A Reply

Your email address will not be published.