ପଦ୍ମପୁର, (ନିରୋଜ କୁମାର ପାଣୀ) : ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୫ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ସାରାଦେଶରେ ପାଳନ କରୁଥିବା ବେଳେ ଓଡିଶା ସରକାରଙ୍କ ତରଫରୁ ୭୫ ଲକ୍ଷ ଗଛ ଲଗାଇବାର ପ୍ରୟାସ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଆଜି ପାଇକମାଲ ବ୍ଳକ ପ୍ରଶାସନ ଓ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗର ସହଯୋଗରେ ମା’ ପାଇଁ ଗଛଟିଏ ପାଇକମାଲ ସ୍ଥିତ ରଣଜିତପୁର ଗାଁ ଠାରେ ୫ ଶହ ବୃକ୍ଷ ରୋପଣ କରାଯିବା ସହ ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶପଥ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦଙ୍କ ପ୍ରତିନିଧି ସରୋଜ ସାମଲ ମୁଖ୍ୟ ଅତିଥି, ବିଡ଼ିଓ ପ୍ରଫୁଲ୍ଲ ଓଦୁ, ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ। ପୂର୍ବତନ ମଣ୍ଡଳ ସଭାପତି କୈଲାଶ ଦିଶ୍ରୀ, ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ସରପଞ୍ଚ ତୁଲାବତୀ ତାଣ୍ଡି, ପାଇକମାଲ ମଣ୍ଡଳ ସଭାପତି ଅକ୍ଷୟ ସାହୁ, ଯୋଗେନ୍ଦ୍ର ଭୋଇ, ପୁରୁଷୋତ୍ତମ ନାଏକ, ରାଜେନ୍ଦ୍ର ସେଠ, ମହେନ୍ଦ୍ର ନାୟକ, ରୁକମଣ ସେଠ, ଧନସିଂ ତାଣ୍ତିଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ବିନ୍ଧ୍ୟବାସିନୀ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ ବାରିକଙ୍କ ସହ ଛାତ୍ରଛାତ୍ରୀ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
Next Post