ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘ ପଡ଼ିଆରେ ଚଳିତ ବର୍ଷର ଗଣପର୍ବ ନୂଆଁଖାଇର ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଅନନ୍ତ କୁମାର ସାହୁଙ୍କ ନୂଆଁଖାଇ ଉପରେ ଏକ ସଂଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଂଘ ସଭାପତି ଶୋଭା ସାଗର ମେହେର ଓ ସଂପାଦକ ହାରାଧନ ପ୍ରଧାନ, ସଦସ୍ୟ ଆଶିଷ କୁମାର ସାହୁ, ହାରାଧନ ଜାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଭୋଲାନାଥ ମେହେର ପରିବେଶ ସମ୍ବନ୍ଧରେ ଓ ଲାଲବିହାରୀ ବଢେଇ କୃଷି ସମ୍ବନ୍ଧରେ ତାଙ୍କ ଭାଷଣ ରଖିଥିଲେ । ୫୦ କେ.ଜିର ବସ୍ତା ଦୌଡ଼, ହୁଳହୁଳି ପ୍ରତିଯୋଗିତା, ଦୀପ ଜାଳିବା, କୁଇଜ୍ ପ୍ରତିଯୋଗିତା, ନୃତ୍ୟ ଗୀତ, କବି ସମ୍ମିଳନୀ, ଚଳିତ ବର୍ଷର ଗ୍ରାମର କୃତିତ୍ୱ ହାସଲ କରିଥିବା ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ପୁର୍ବତନ ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ ଗ୍ରାମର ଉନ୍ନତି ସକାଶେ ଯୁବ ସମାଜକୁ ପ୍ରେରଣା ଦେଇଥିଲେ । ଗ୍ରାମର ଭଦ୍ର ବ୍ୟକ୍ତି ତଥା ଶିକ୍ଷାପ୍ରେମି ଟିକୁନୁ ସାହୁ, କ୍ଷୀତି ସାହୁ, କ୍ଷମା ନିଧି ବାରିକ, ଦିପକ ପ୍ରଧାନ, ସୁଦର୍ଶନ ନେଗୀ ଉପସ୍ଥିତ ରହି କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରୁଥିଲେ । ପରିଶେଷରେ ଚଳିତ ବର୍ଷ ଅଧ୍ୟପିକା ଭାବରେ ନୂତନ ନିଯୁକ୍ତି ପାଇଥିବା କୁମାରୀ ପପିନା ପ୍ରଧାନ ପିତା ପବିତ୍ର ମୋହନ ପ୍ରଧାନ ଗ୍ରାମର ଶିକ୍ଷାବିତମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମର ସମସ୍ତଙ୍କୁ କ୍ଷୀରି ଭୋଜନର ବ୍ୟବସ୍ଥା ଆୟୋଜନ କରିଥିଲେ । ମାଁ ଶକ୍ତିଶାଳୀ ଯୁବକ ସଂଘର ସଦସ୍ୟ ଅରୁଣ ପ୍ରଧାନ, ହିମାଂଶୁ ପ୍ରଧାନ, ବ୍ରଜ ମୋହନ ଜାଲ, ଭୂପେଶ ସରାଫ, ଲକ୍ଷ୍ମଣ ପଟେଲ ସମେତ ସମସ୍ତ ସଦସ୍ୟଙ୍କ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.