lika

ପଞ୍ଚମ ବର୍ଷ ଛେଲିଆପାଟ ମହୋତ୍ସବରେ ବିଧାୟକ ମୁକେଶ ଓ ସୂର୍ଯ୍ୟବଂଶୀ ସୁରଜଙ୍କ ଯୋଗଦାନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଅଞ୍ଚଳର ପ୍ରସିଦ୍ଧ ଦେବୀ ମା’ ଛେଲିଆପାଟଙ୍କ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ଭରସୂଜା ଅଞ୍ଚଳର ପ୍ରସିଦ୍ଧ ଦେବୀ ମା’ ଛେଲିଆପାଟଙ୍କ ଆଶୀର୍ବାଦରୁ ପଞ୍ଚମ ଛେଲିଆପାଟ ମହୋତ୍ସବରେ ବିଧାୟକ ଡ଼କ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୋଇ ଯୋଗ ଦେଇଥିବା ବେଳେ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଓମ୍ଫେଡ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଜୋନର ସଭାପତି ଶ୍ରୀମତୀ ସୀମା ପଟେଲ ଏବଂ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା କଳାକାର ଶ୍ରୀ ତୁଳାରାମ କଲେତ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ କଳାକାର ଓ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ଶୀଘ୍ର ମା’ ଛେଲିଆପାଟଙ୍କ ମନ୍ଦିରର ନବୀକରଣ କରିବା ପାଇଁ ଅନୁଦାନ ରାଶି ଯୋଗାଇବାର ଘୋଷଣା କରିଥିଲେ ।

babaa
Leave A Reply

Your email address will not be published.