ଆନ୍ତଃ ଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ପୋଲିସ : ୭ ବାଇକ୍ ଜବତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀର ବିଭିନ୍ନ ସ୍ଥାନରୁ ବାଇକ ସହିତ ଟିଭି, କମ୍ପ୍ୟୁଟର ଆଦି ଲୁଟ କରୁଥିବା ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ଖୋର୍ଦ୍ଧା ନିରାକାରପୁର ମଂଜରିଆ ପାଟଣାର ମହେଶ୍ୱର ଭୋଇ, ଦଳେଇପୁଟ ଗୁମପାଟଣା ସାହିର ଭୋଳେଶ୍ୱର ବେହେରା, ଭାଲିଆବାଡ଼ି ବାଉରୀ ସାହିର ହେମନ୍ତ ବେହେରା ଓ ପୁରୀ ଘୋଡାବଜାର ଅଂଚଳର ପି. ଚନଡ୍ରେୟା ରେଡି ବୋଲି ଜଣାପଡିଛି । ଏଥିସହ ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେମାନଙ୍କଠାରୁ ପୋଲିସ ୭ଟି ବାଇକ, ଚାରୋଟି ମୋବାଇଲ ଫୋନ, ଦୁଇଟି ଟିଭି ସମେତ କମ୍ପ୍ୟୁଟର ଓ କିଛି ବିଦ୍ୟୁତ ତାର ଜବତ କରିଛି । ଗିରଫ ନାବାଳକ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ହେମନ୍ତ ଓ ଚନଡ୍ରେୟାଙ୍କୁ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ କରାଯାଇଥିବା ତାଳବଣିଆ ଥାନା ଆଇଆଇସି ସୁଜାତା ବେହେରା ଓ ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.