jayashree

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପାଖରୁ ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପାଖରୁ ଲୁଟ୍‌ । ରୋଗୀଙ୍କ ସମ୍ପର୍କୀୟଙ୍କୁ ନିଶା ଦେଇ ଲୁଟିଲେ ଦୃର୍ବୃତ୍ତ । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁଡୁକାଶିରା ଗ୍ରାମର ସୁଶିଲ ଛତ୍ରିଆ । ସୂଚନା ଅନୁସାରେ ଆଜି ସୁଶିଲ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ଆସିଥଲେ । ତାଙ୍କ ରୋଗୀଙ୍କୁ ରକ୍ତ ଦରକାର ହେବାରୁ ସେ ବ୍ଲଡ଼ ବ୍ୟାଙ୍କକୁ ଯାଇଥିଲେ । ସେଠାର ପୂର୍ବରୁ ଉପସ୍ଥିତ ଥିବା ଜଣେ ଯୁବକ ତାଙ୍କୁ ବଜରଙ୍ଗ ଦଳର କର୍ମକର୍ତ୍ତା ବୋଲି ପରିଚୟ ଦେଇ ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିବେ ବୋଲି କହିଥିଲେ । ସୁଶିଲ ସେହି ଯୁବକଙ୍କୁ ପାଖରେ ଥିବା ହୋଟେଲକୁ ଟିଫିନ୍ ଖୁଆଇବାକୁ ନେଇଥିବା ବେଳେ ପାନୀୟ ଜଳରେ କୌଣସି ନିଶା ମିଶାଇ ତାଙ୍କ ଠାରୁ ଲୁଟ୍‌ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ଗାଡ଼ି, ମୋବାଇଲ ଫୋନ, ତିନି ହଜାର ଟଙ୍କା ନେଇ ଯାଇଥିବା ସେ ଥାନାରେ ଲିଖିତ ଭାବରେ ଅଭିଯୋଗ କରି ଜଣାଇଛନ୍ତି ।

Leave A Reply

Your email address will not be published.