centurian jitm

ଶିମିଳିପାଳ ପାଦଦେଶ ଜନବସତିରେ ବୁଲୁଛି କଳାବାଘ : ଲୋକେ ଆତଙ୍କିତ

nschool

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶିମିଳିପାଳ ପାଦ ଦେଶରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ଦୁଇ ମାସରୁ ଅଧିକ ଦିନ ହେବ ଏକ କଳାବାଘ ଆତଙ୍କ ସୃଷ୍ଟି କରୁଛି । ବଡ଼ଗାଁ ଓ ତାଳ ବନ୍ଧ ରେଞ୍ଜ ଅଞ୍ଚଳର ବିଭିନ୍ନ ଜନବସତିକୁ ପଶିଯାଇ ଗୃହପାଳିତ ପଶୁମାନଙ୍କୁ ଶିକାର କରୁଛି । ଖାସ କରି ଚାକିଡି ଓ ସୋରିଷପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ଏହି କଳାବାଘଟି ୨୫ ରୁ ଅଧିକଗୃହପାଳିତ ପଶୁକୁ ଶିକାର ମଧ୍ୟ କରିସାରିଛି । ତେବେ କଳାବାଘର ସ୍ଥିତି ନେଇ ବନ ବିଭାଗ ଅସ୍ୱୀକାର କରିଆସୁଥିବା ବେଳେ କିଛି ଗ୍ରାମବାସୀଙ୍କ ଦ୍ଵାରା ଏକ ଭିଡିଓ ଭାଇରାଲ ହେବା ପରେ କଳାବାଘ ଗ୍ରାମାଭିମୁଖି ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଚାକିଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାସିଲକଚା ଗ୍ରାମ ନିକଟରେ କିଛି ଗ୍ରାମବାସୀ ଗୋରୁ ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ପଷ୍ଟ ଦିବାଲୋକରେ ସେମାନଙ୍କ ଅନତିଦୂରରେ ରାସ୍ତା କୋଡରେ ବାଘଟି ଶିକାର ଉଦ୍ଦେଶ୍ୟରେ ଲୁଚି ରହିଥିଲା । ଗ୍ରାମବାସୀମାନେ ପାଟି କରି ଘୋଉଡାଇବା ସହ କୁକୁରମାନେ ଭୁକିବାରୁ ବାଘଟି ସେଠାରୁ ଦୌଡି ପଳାଇଥିଲା । ପରେ ବନ ବିଭାଗ ଭିଡିଓର ସତ୍ୟତା ଯାଞ୍ଚ କଲାପରେ କଳାବାଘର ଉପସ୍ଥିତି ନେଇ ବଡ଼ଗାଁ ରେଞ୍ଜର ମନୋଜ ନାଏକ ସ୍ପଷ୍ଟ କରିଛନ୍ତି । ବାଘଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଏହାର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ନିଜର ଗୃହପାଳିତ ପଶୁଙ୍କୁ ହରାଇ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସେହିପରି ସତର୍କ ସୂଚନା ନେଇ ଗ୍ରାମ ଗୁଡିକରେ ବିଭାଗ ତରଫରୁ ବୈଠକ ମଧ୍ୟ କରାଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.