oom

କବିତା ପାଠୋତ୍ସବ ଓ ଅଶୁଭ ନିଶାଚର ଲୋକାର୍ପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପାହାଡ଼ ଶୀର୍ଷକ ବିଶ୍ୱନାଥ ପାଦଦେଶରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରିୟପତ୍ରର ସମ୍ପାଦକ ବିପିନି ବିହାରୀ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଟିକାୟତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିପିନ ବିହାରୀ ପାଠାଗାର ଜଟଣୀର ପ୍ରତିଷ୍ଠାତା ବିପିନ ବିହାରୀ ମହାନ୍ତି, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ସରପଞ୍ଚ ତଥା ସାରସ୍ୱତ ସାଧକ ପ୍ରଦ୍ୟୁମ୍ନ ପରିଡା, ବରିଷ୍ଠ କବି ଅଧିକାରୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି କବିତା ଆସରରେ ଡେଲାଙ୍ଗ, ପିପିଲି, କଣାସ, ସତ୍ୟବାଦୀ, ଜଟଣୀ, ପୁରୀ, ଖୋର୍ଦ୍ଧା ଅଂଚଳରୁ ୫୦ରୁ ଅଧିକ କବି ଓ କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବୟିତ୍ରୀ ନମିତା ସ୍ୱାଇଁ, କ୍ରିଷ୍ଣା ମହାପାତ୍ର ଓ ଜ୍ୟୋତ୍ସ୍ନାମୟୀ ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଉତ୍ସବରେ ବରିଷ୍ଠ କବି ପ୍ରଦ୍ୟୁମ୍ନ ପରିଡାଙ୍କ ରଚିତ ପୁସ୍ତକ ‘ଅଶୁଭ ନିଶାଚର’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ଯୁବ ବ୍ୟଙ୍ଗକବି ଶ୍ରୀମାନ ଗବାଙ୍କ ସ୍ୱରଚିତ କବିତା ଆବୃତି ‘ରାମ ମନ୍ଦିର କାହା ପାଇଁ’ ଶୀର୍ଷକ ସମସ୍ତଙ୍କ ମନ ମୋହିଥିଲେ । ଏହି ଉତ୍ସବରେ କବି ରୋହିତ ଚମ୍ପତ୍ତି, ଦିତ୍ୟୁକୃଷ୍ଣ ମହାନ୍ତି, ପ୍ରଭାତ କୁମାର ସେଠି, ନୀଳାଦ୍ରିନାଥ ଜଗଦେବ, ଜଗନ୍ନାଥ ସଂସ୍କୃତି ପ୍ରବଚକ ଶରତ ରାଉତ, କବୟିତ୍ରୀ ସରୋଜିନୀ ଜେନା, ଓ ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ଯୋଗଦେଇ ଥିଲେ । ଶେଷରେ କବି ପ୍ରଦ୍ୟୁମ୍ନ ପରିଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.