oom

ବିଧାୟକ ପାଣ୍ଠିରୁ କଂଟାବାଂଜି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଲୋକର୍ପିତ

jsmm

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଶନିବାର ଦିନ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ବିଧାୟକ ଉନ୍ନୟନ ପାଣ୍ଠି ୨୦୨୧-୨୨ ଅନୁଦାନରୁ ବିଧାୟକ ସାଲୁଜା ୨୨ଲକ୍ଷ ଟଙ୍କା ବ୍ୟୟରେ ଏକ ଆମ୍ବୁଲାନ୍ସ ଅଂଚଳର ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଭୁବନେଶ୍ୱରରୁ କଂଟାବାଂଜି ଅଭିମୁଖେ ଆସିବା ମଧ୍ୟରେ ଚଟୁଅନକା ଠାରେ ଆମ୍ବୁଲାନ୍ସକୁ ବିଧାୟକ ସାଲୁଜା ଏବଂ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇ ପୂଜା ଅର୍ଚ୍ଚନା ପରେ ଏକ ମୋଟର ସାଇକଲ ଶୋଭାଯାତ୍ରରେ ନଗର ପରିକ୍ରମା କରି ଡାକ୍ତରଖାନାର ସୁପିରିନ୍‌ଟେଣ୍ଡେଂଟ ଡା. ଏସ.ପି.ଡି.ପଣ୍ଡାଙ୍କୁ ସମସ୍ତ କାଗଜାଦ ସହ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଆମ୍ବୁଲାନ୍ସକୁ ସ୍ୱାଗତ ଶୋଭାଯାତ୍ରା ବେଳେ ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ଏବଂ କଂଟାବାଂଜି ସହରାଂଚଳର ଶତାଧିକ କଂଗ୍ରେସ କର୍ମୀ ମୋଟର ସାଇକଲ ରାଲିରେ ସାମିଲ୍‌ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଟାବାଂଜି ଏନ.ଏ.ସି. ପୂର୍ବତନ ନଗରପାଳ ଡମ୍ବରୁଧର ବେହେରା, ବଂଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ରୋଗୀ କଲ୍ୟାଣ ସମିତି ସଭ୍ୟ ବରିୟାମ ସିଂ ସାଲୁଜା, ବିଧାୟକ ନୋମିନି କାର୍ତିକ ପୁଟେଲ, ତୁରେକେଲା ବ୍ଲକ ଝରଣି ସମିତି ସଭ୍ୟ କୌଶିକ ମେହେରଙ୍କ ସହ ଶତାଧିକ କର୍ମୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.