jayashree

ଫକୀର ଚରଣ ପାଢ଼ୀଙ୍କ ‘ଶିଷ୍ଟାଚାର’ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଗୋଷ୍ଠାଷ୍ଟମୀ ତା ୦୯/୧୧/୨୦୨୪ରିଖ ପାଳନ ଅବସରରେ ନୀଳଚକ୍ର ପ୍ରକାଶନ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଅନ୍ନପୂର୍ଣ୍ଣା ଗୋଶାଳା, ପିଢପାଟଣା, ଡେଲାଙ୍ଗ, ପୁରୀ ପରିସରରେ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ତଥା ବିଭିନ୍ନ ସ୍ମରଣିକା, ପୁସ୍ତକ ସଂକଳନର ସଂପାଦକ, ୫୦ଖଣ୍ଡ ପୁସ୍ତକର ସ୍ରଷ୍ଟା ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଶିଷ୍ଟାଚାର’ ଲୋକାର୍ପିତ ଓ ସମୀକ୍ଷାୟନ ହୋଇଯାଇଛି । ନୀଳଚକ୍ର ପ୍ରକାଶନର ସଂପାଦକ ତଥା ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା କବି, ଲେଖକ ଆଇନଜୀବି ହୃଷୀକେଶ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅନ୍ନପୂର୍ଣ୍ଣା ଗୋଶାଳାର ମାର୍ଗଦର୍ଶକ, ମୁଖ୍ୟ ପୃଷ୍ଠପୋଷକ, ସମାଜସେବୀ ତଥା ଉଦ୍ୟୋଗପତି ଦମ୍ପତି ଜ୍ୟୋତିର୍ନାରାୟଣ ମହାପାତ୍ର ଓ ଇପ୍‌ସିତା ମହାପାତ୍ର, ମୁଖ୍ୟବକ୍ତା ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ, ସମ୍ମାନିତ ଅତିଥି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡେଲାଙ୍ଗର ପ୍ରତିଷ୍ଠାତା ସମାଜସେବୀ କିଶୋର ଚନ୍ଦ୍ର ପ୍ରଧାନ, ବାଦ୍ୟଶ୍ରୀ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ । ମୁଖ୍ୟବକ୍ତା ଡାକ୍ତର ପ୍ରଧାନ ପୁସ୍ତକରେ ଥିବା ‘ଶିଷ୍ଟାଚାର’, ‘ରେଡ୍‌କ୍ରସ୍‌ର ଜନ୍ମକଥା’, ‘ସିକନ୍ଦାରଙ୍କ ଶାସ୍ତ୍ରପୂଜା’, ‘ପେନ୍‌ସିଲିନର ଉଦ୍ଭାବନ’, ‘ଜଣେ ଦିବ୍ୟାଙ୍ଗଙ୍କ କାହାଣୀ’, ‘ଦୀର୍ଘଜୀବି ହୁଅ ସମ୍ରାଟ’, ‘ଲିଥୋଗ୍ରାଫିର ଜନ୍ମକାହାଣୀ’, ‘ବିଜୟ କାହାଣୀ ଏକ ଐତିହାସିକ ଅଶ୍ୱ’, ‘ପ୍ରତିଶୃତି ପାଲଟିଲା ଫଳଶ୍ରୁତି’, ‘ତଥାପି ସେ ଫେରିଲା’, ‘ବଡ ଲୋକଙ୍କ ପାଠପଢା’ ଆଦି ୧୧ଗୋଟି ବିଷୟ ଉପରେ ବିଷଦ ସମୀକ୍ଷା କରିଥିଲେ । ମୁଖ୍ୟ ଅତିଥି ଉଦ୍ୟୋଗପତି ଦମ୍ପତି ଲେଖକ ଶ୍ରୀଯୁକ୍ତ ପାଢ଼ୀଙ୍କର ଲେଖନୀ କଳା କୌଶଳର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ପରେ ପରେ ଗୋ -ସମ୍ପଦ ପାଳନ, ଜୈବିକ ସାରର ଉପକାରିତା ଓ ପ୍ରୟୋଗ ଉପରେ ସମସ୍ତ ଅତିଥି ଆଲୋଚନା କରିଥିଲେ । ପ୍ରତ୍ୟେକଙ୍କ ଘରେ ଗୋ -ମାତା ପାଳନ ଉପରେ କିଶୋର ଚନ୍ଦ୍ର ପ୍ରଧାନ ମତ ରଖିଥିଲେ । ବାଦ୍ୟଯନ୍ତ୍ରର ପ୍ରଭାବ ଗୋ -ମାତାଙ୍କ ଉପରେ ରହିଛି ବୋଲି ବାଦ୍ୟଶ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇ ଅଭିହିତ କରିଥିଲେ । ଗୋ -ମାତାଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଆୟୁର୍ବେଦୀୟ ଉପଚାର ମାଧ୍ୟମରେ କରିବା ପାଇଁ ମୁଖ୍ୟ ଅତିଥି ତଥା ଉଦ୍ୟୋଗପତି ଦମ୍ପତି ମୁଖ୍ୟବକ୍ତା ଡାକ୍ତର ପ୍ରଧାନଙ୍କୁ ନିବେଦନ କରିଥିଲେ । ଶେଷରେ ଗୋ-ଶାଳା ପରିସରରେ ପ୍ରସାଦ ସେବନ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.