ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ପାଇଁ ଜୋରସୋରରେ ଲାଗି ପଡିଛି ଠିକା ସଂସ୍ଥା ଟାଟା ଏବଂ ଓବିସିସି

ପୁରୀ : ଆସନ୍ତା ଜାନୁୟାରୀ ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତରେ ମାତ୍ର ଆଉ ଖୁବ୍ କମ୍ ଦିନ ଥିବାରୁ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସାରିବାକୁ ଜୋରସୋରରେ ଲାଗି ପଡିଛି ଠିକା ସଂସ୍ଥା ଟାଟା ଏବଂ ଓବିସିସି । ତେବେ ଶ୍ରୀମନ୍ଦିର ଚାରିଦ୍ବାରରେ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଏଥିସହ ମନ୍ଦିର ଚାରିପଟରେ ଥିବା ମଠ ଓ ମନ୍ଦିର ଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ, ଭକ୍ତଙ୍କ ପାଇଁ ଏସି ସେଡ୍ ପାଥ୍ ୱେ ସହ ଅଭ୍ୟର୍ଥନା କେନ୍ଦ୍ରର ନିର୍ମାଣ କାର୍ୟ୍ୟ ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ସେପଟେ ଆଜି ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ଏସି ସେଡ୍ ପାଥ୍ ୱେ, ଶ୍ରୀମାର୍ଗ ସହ ଅନ୍ୟାନ୍ୟ କାର୍ୟ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହା ସହ ତୁରନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.