ହରିଶଙ୍କରରୁ ପାଣି ଆଣି ବଲାଙ୍ଗିର ଲୋକନାଥ ମନ୍ଦିରରେ ଜଳାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ତେଣୁକରି ବିଭିନ୍ନ ଶିବାଳୟରେ ଭକ୍ତଙ୍କ ଭିଡ଼ ଜମିଛି । କାଉଡ଼ିଆ ମାନେ ଦୂରଦୂରାନ୍ତରରୁ ଚାଲି ଚାଲି ପାଣି ଆଣି ମହାଦେବ ବାବାଙ୍କ ନିକଟରେ ଜଳ ଲାଗି କରୁଛନ୍ତି । ଆଜି ସକାଳେ ନରସିଂହ ବାବା ବୋଲ୍‌ବମ୍‌ କମିଟି ତରଫରୁ ଜଳାଭିଷେକ କରାଯାଇଛି । କାଉଡ଼ିଆ ଭକ୍ତମାନେ ହରିଶଙ୍କରର ପବିତ୍ର ଝରଣାର ପାଣି ଆଣି ମହାଦେବ ମନ୍ଦିର ଛକ ସ୍ଥିତ ବାବା ଲୋକନାଥ ମନ୍ଦିରରେ ପାଣି ଢାଳିଥିଲେ । ଭକ୍ତମାନେ ହରିଶଙ୍କରରୁ ପଦଯାତ୍ରା କରି ବଲାଙ୍ଗିର ମହାଦେବ ମନ୍ଦିରକୁ ସାଂସ୍କୃତିକ ଶୋଭାଯାତ୍ରା କରି ଆସିଥିଲେ । ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ମହାଦେବ ମନ୍ଦିରରେ ଜଳ ଲାଗି କରି ଶ୍ରାବଣ ସୋମବାର ଶେଷ କରିଥିବାରୁ ଖୁସି ଅନୁଭବ କରୁଥିବା କହିଥିଲେ ।

Leave A Reply

Your email address will not be published.