ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ବଜରଙ୍ଗ ଆଞ୍ଚଳିକ କଳାକାର ସଂଘ ଆନୁକୂଲ୍ୟରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ସଂଘର ସଭାପତି ତୁଳାରାମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସାତୋଟି ଗ୍ରାମ ପଞ୍ଚାୟତର କଳାକାରମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ପଦ୍ମପୁର ବ୍ଲକ ଦହିଗାଁ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏ ଅଞ୍ଚଳର ପ୍ରାଚୀନ ଲୋକକଳା ପୁନଃରୁଦ୍ଧାର କରି ଆଗମୀ ପିଢ଼ିକୁ ଲୋକକଳା ଓ ଲୋକ ପରମ୍ପରାକୁ ହୃଦବୋଧ କରାଇବା ପାଇଁ ଏ ଅଞ୍ଚଳରେ ଏକ ଲୋକକଳା ମହୋତ୍ସବ ଜରୁରୀ ମନେ ହୁଏ ବୋଲି ମତ ପ୍ରକାଶ ପାଉଛି । ଉକ୍ତ ସଭାରେ ସଂଘର ସଂପାଦକ ନିରଞ୍ଜନ ସାହୁ କୋଷାଧ୍ୟକ୍ଷ ଚନ୍ଦ୍ରମଣି ପଟେଲ ଉପଦେଷ୍ଟା ନିରାକାର ଭୋଇ ଗୋପବନ୍ଧୁ ଶିକା, ବରିଷ୍ଠ ଅଭିନେତା ବିଶ୍ରାମ ମେହେର, ଦୀନବନ୍ଧୁ ବାରିକ, ଗବେଷକ ସୁରେନ୍ଦ୍ର ସାହୁ, ଗବେଷକ ରମେଶ ଗୁର୍ଲାଙ୍କ ସମେତ ଅଂଚଳର କଳାକାର ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.