centurian jitm

ଲୋକକଳା ଗ୍ରାମ ପୁଇଁନ୍ତଳାରେ ଗାନ୍ଧିଜୀଙ୍କ ଜୟନ୍ତୀ ଓ ଲୋକକଳା ଗ୍ରାମର ବାର୍ଷିକୋତ୍ସବ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳା ଗ୍ରାମ ଭାବରେ ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଳା ବ୍ଲକର ପୁଇଁନ୍ତଳା ଗ୍ରାମ ଘୋଷିତ ହେବା ପରେ ବଢିଛି ଗ୍ରାମର କଳାକାରମାନଙ୍କ ଉତ୍ସାହ । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଲୋକକଳା ଗ୍ରାମର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବଲାଙ୍ଗିରର ମିଳିତ ଆୟୋଜନରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ଉଦ୍ଦେଶ୍ୟରେ କୀର୍ତ୍ତନ ଦଳ ସହ ବଲାଙ୍ଗିରର ଜୟଦେବ କଳା ସଂସଦର କଳାକାରମାନେ ଗାଁରେ ପରିକ୍ରମା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ରଙ୍କ ପରିଚାଳନାରେ ଜିଲ୍ଲା ପରିଷଦ ସଦସ୍ୟ କୁମରମଣି ସେଠ, ପୁଇଁନ୍ତଳା ସରପଞ୍ଚ ଦେବକୀ ସେଠ, ସମିତି ସଭ୍ୟ ଶୁଭଶ୍ରୀ ଗରୁଡ, ସଂସ୍କୃତି ଗବେଷକ ନିଳାଞ୍ଚଳ ନନ୍ଦ, ଆତ୍ମା ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ ଜ୍ୟୋତିଷ ମୁଗ୍ରୀ, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତରଣୀସେନ ଦୀପ, ବ୍ଲକ କଳା ସଂସ୍କୃତି ସଂଘ
ସଦସ୍ୟ ପଦାର୍ଥ ନନ୍ଦ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପୁଇଁନ୍ତଳା ବ୍ଲକ କାର୍ଯ୍ୟାଳୟ ପରିସରରେ ସଭା ସହ ଜୟଦେବ କଳା ସଂସଦର କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.